ଓଡିଶା

odisha

ETV Bharat / bharat

ମା’ ହେବାକୁ ଚାହିଁଲେ ପତ୍ନୀ, ସ୍ୱାମୀଙ୍କୁ ମିଳିଲା ପାରୋଲ - ସ୍ତ୍ରୀକୁ ଗର୍ଭବତୀ କରାଇବା ଲାଗି ସ୍ବାମୀକୁ ପାରୋଲ ଦେଲେ କୋର୍ଟ

ସ୍ତ୍ରୀକୁ ଗର୍ଭବତୀ କରାଇବା ଲାଗି ସ୍ବାମୀଙ୍କୁ ୧୫ ଦିନିଆ ପାରୋଲ ପ୍ରଦନା କଲେ କୋର୍ଟ । ତେବେ ରାଜସ୍ଥାନର ଯୋଧପୁରରେ ଦେଖିବାକୁ ମିଳିଛି ଏହି ଘଟଣା । ସ୍ବାମୀଙ୍କ ପାରୋଲ ନେଇ ସ୍ତ୍ରୀ କରିଥିଲେ କୋର୍ଟରେ ଆବେଦନ । ଅଧିକ ପଢନ୍ତୁ

ସ୍ବାମୀକୁ ମିଳିଲା ପାରୋଲ, ସ୍ତ୍ରୀକୁ କରିବେ ଗର୍ଭବତୀ
ସ୍ବାମୀକୁ ମିଳିଲା ପାରୋଲ, ସ୍ତ୍ରୀକୁ କରିବେ ଗର୍ଭବତୀ

By

Published : Apr 22, 2022, 8:57 PM IST

ଜୟପୁର:ସ୍ତ୍ରୀକୁ ଗର୍ଭବତୀ କରାଇବା ଲାଗି ସ୍ବାମୀଙ୍କୁ ୧୫ ଦିନିଆ ପାରୋଲ ପ୍ରଦାନ କଲେ କୋର୍ଟ । ତେବେ ରାଜସ୍ଥାନର ଯୋଧପୁରରେ ଦେଖିବାକୁ ମିଳିଛି ଏହି ଘଟଣା । ସ୍ବାମୀଙ୍କ ପାରୋଲ ନେଇ ସ୍ତ୍ରୀ କରିଥିଲେ କୋର୍ଟରେ ଆବେଦନ ।

ସେହିପରି କୋର୍ଟ ଏହି ମାମଲାର ଶୁଣାଣି କରି ଏହି ବ୍ୟକ୍ତି ୧୫ ଦିନର ପାରୋଲ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ, ରାଜସ୍ଥାନର ଯୋଧପୁର ରହୁଥିବା ରେଖା ତାଙ୍କ ସ୍ବାମୀ ନନ୍ଦଲାଲ(୩୪)ଙ୍କ ପାରୋଲ ନେଇ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ସେ ଦର୍ଶାଇଥିବା ପିଟସନରେ ତାଙ୍କ ସ୍ବାମୀଙ୍କୁ ଜେଲଦଣ୍ଡାଦେଶ ହେବା ପରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରିବାରେ ବାଧା ସୃଷ୍ଟି ହେବା ସହ ରେଖା ମା’ ହେବାକୁ ଚାହୁଁଥିବା ଦର୍ଶାଇଥିଲେ ।

ଏଣୁ ତାଙ୍କ ସ୍ବାମୀଙ୍କୁ ନନ୍ଦଲାଲଙ୍କୁ ପାରୋଲ ପ୍ରଦାନ କରାଯାଉ ବୋଲି ରେଖା କୋର୍ଟକୁ ନିବେଦନ କରିଥିଲେ । ତେବେ ଯୋଧପୁର ହାଇକୋର୍ଟରେ ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଫରଜାଣ୍ଡ ଅଲୀ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନନ୍ଦଲାଲଙ୍କୁ ୧୫ ଦିନିଆ ପାରୋଲ ପ୍ରଦାନ କରିଛନ୍ତି ।

ଅନ୍ୟପଟେ ଅଦାଲତ ରିଗ୍ ବେଦ ସମେତ ହିନ୍ଦୁ ଶାସ୍ତ୍ରର ଓ ଅନ୍ୟନ୍ୟ ଧର୍ମର ନିୟମକୁ ଉଦାହରଣକୁ ନେଇ ନନ୍ଦଲାଲଙ୍କୁ ୧୫ ଦିନିଆ ପାରୋଲ ପ୍ରଦାନ କରିଛନ୍ତି କୋର୍ଟ । ଏଥିସହ ଏକ ସନ୍ତାନ ଗର୍ଭଧାରଣ କରିବା ହେଉଛି ମହିଳାଙ୍କର ପ୍ରଥମ ଅଧିକାର ବୋଲି କୋର୍ଟ ସୂଚାଇ ଦେଇଛନ୍ତି ।

For All Latest Updates

ABOUT THE AUTHOR

...view details