ଜୟପୁର:ଦେଶରେ ଜାରି ରହିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହର । ମହାମାରୀକୁ ପ୍ରତିହତ କରିବା ପାଇଁ ଜାନୁଆରୀ 16ରୁ ଆରମ୍ଭ ହୋଇଛି ଦେଶବ୍ୟାପି ଟୀକାକରଣ । କିନ୍ତୁ ଏବେ ରାଜସ୍ଥାନରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଅଧିକ ଟିକା ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଫଳରେ ଅନେକ ଜିଲ୍ଲାରେ ଟୀକାକରଣ ଏକପ୍ରକାର ଠପ ହୋଇଯାଇଛି । ଟୀକାକରଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଟିକାର ଡୋଜ ନାହିଁ । କେନ୍ଦ୍ର ସରକାର ସବୁବେଳେ ଦାବି କରୁଛନ୍ତି ଯେ, ଦେଶରେ ଟିକାର ଅଭାବ ନାହିଁ । ଏନେଇ କେନ୍ଦ୍ର ଏକ ଷ୍ଟାଟସ୍ ରିପୋର୍ଟ ସାର୍ବଜାନୀନ କରିବାକୁ ଦାବି କରିଛନ୍ତି ଗେହେଲଟ । 60 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣରେ ରାଜସ୍ଥାନ ସବୁ ରାଜ୍ୟ ମଧ୍ୟରେ ଆଗୁଆ ରହିଛି। ଏପ୍ରିଲ 6 ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଠାରୁ 1କୋଟି 7ଲକ୍ଷ 40 ହଜାର 860ଟି ଭ୍ୟାକ୍ସିନ ରାଜ୍ୟକୁ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ 2ଲକ୍ଷ 15 ହଜାର 180 ଟିକା ସେନା ପାଇଁ ଉପଲବ୍ଧ ହୋଇଛି । ଏପ୍ରିଲ 8 ପର୍ଯ୍ୟନ୍ତ 91 ଲକ୍ଷ 55 ହଜାର 370 ଡୋଜ ଲୋକଙ୍କୁ ଦିଆଯାଇଛି ।
ରାଜସ୍ଥାନରେ ଭ୍ୟାକ୍ସିନ ଅଭାବ, ଟୀକାକରଣ ବାଧାପ୍ରାପ୍ତ - କୋରୋନା ଭ୍ୟାକ୍ସିନ
ଦେଶରେ ଜାରି ରହିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହର । ରାଜସ୍ଥାନରେ ଟୀକାକରଣ ବାଧାପ୍ରାପ୍ତ । ଅଧିକ ପଢନ୍ତୁ....

4 ଲକ୍ଷ 34 ହଜାର 888 ଡୋଜ ନଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର(ଶୁକ୍ରବାର) ଟୀକାକରଣ ପରେ ରାଜ୍ୟରେ ପ୍ରାୟ ପାଞ୍ଚ ଲକ୍ଷ ଟିକା ଡୋଜ ବାକି ରହିଛି । ଯାହା ପରବର୍ତ୍ତୀ ଟୀକାକରଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏପ୍ରିଲ 12ରେ 3.83 ଲକ୍ଷ ଟିକା ଟିକା ପଠାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଆସନ୍ତାକାଲି(ଶନିବାର) ରାଜସ୍ଥାନର ଅନେକ ଜିଲ୍ଲାରେ ଟୀକାକରଣ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିବ ବୋଲି ଗେହଲୋଟ୍ କହିଛନ୍ତି। ଗେହଲଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 11 ରୁ 14 ପର୍ଯ୍ୟନ୍ତ 'ଟିକା ଉତ୍ସବ' ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । କିନ୍ତୁ ଅନେକ ରାଜ୍ୟରେ ଟିକା ଉପଲବ୍ଧ ନ ଥିବା ବେଳେ ଏହା କିପରି ପାଳନ ହେବ ବୋଲି ସେ କହିଛନ୍ତି । ଟୀକାକରଣ କାର୍ଯ୍ୟରେ କୌଣସି ରାଜନୀତି କରାଯାଉ ନାହିଁ । କିନ୍ତୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଅନେକ ରାଜ୍ୟରେ ଟିକାର ଅଭାବ ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ