ଓଡିଶା

odisha

ETV Bharat / bharat

ଲୁହା ଉପକରଣ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ

ନିମରାନାର ଲୁହା ଉପକରଣ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ । କେହି ମୃତାହତ ହୋଇ ନଥିବାବେଳେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

By

Published : Dec 14, 2020, 3:30 PM IST

Rajasthan: Fire breaks out in Neemrana factory
ଲୁହା ଉପକରଣ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ

ଜୟପୁର :ରାଜସ୍ଥାନର ଅଲୱାର ଜିଲ୍ଲାର ନିମରାନାର ଏକ ଲୁହା ଉପକରଣ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ହେଲେ ଅଗ୍ନିକାଣ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ 7ଟାରେ ନିମରାନାରେ ଏକ କାରଖାନାରେ ନିଆଁ ଲାଗିଥିବା ଖବର ପାଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ । ନିଆଁର ଭୟାବହତା ଅଧିକ ଥିବାରୁ ଆୟତ କରିବା ପାଇଁ 5 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

@ ANI

For All Latest Updates

ABOUT THE AUTHOR

...view details