ଓଡିଶା

odisha

ETV Bharat / bharat

5 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ମଦ ଜବତ, 11 ଗିରଫ - ରାଜସ୍ଥାନ ଅବକାରୀ ବିଭାଗ ହାତରେ ମଦ ବେପାରୀ

ରାଜସ୍ଥାନ ଅବକାରୀ ବିଭାଗ ଗଡ ଧରଣର ମଦ ଚୋରା ଚାଲାଣକୁ ପଣ୍ଡ କରି ପାଖାପାଖି 5 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ମଦ ଜବତ କରିଛି । ଏଥିରେ 11 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

5 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ମଦ ଜବତ, 11 ଜଣ ଗିରଫ
5 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ମଦ ଜବତ, 11 ଜଣ ଗିରଫ

By

Published : May 30, 2021, 10:27 PM IST

ଜୟପୁର: ରାଜସ୍ଥାନ ଅବକାରୀ ବିଭାଗ ବଡ ଧରଣର ମଦ ଚୋରା ଚାଲାଣକୁ ପଣ୍ଡ କରି ପାଖାପାଖି 5 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ମଦ ଜବତ କରିଛି । ଏଥିରେ 11 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ରାଜ୍ୟର 5 ଜିଲ୍ଲାର ଅବକାରୀ ଅଫିସରଙ୍କ ମିଳିତ ଉଦ୍ୟମରେ ଏହି ଚଢାଉ କରାଯାଇଥିଲା ।

ଉଦ୍ଧାର ହୋଇଥିବା ମଦ ହରିୟାଣା, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ ଓ ଅନ୍ୟାନ୍ୟ ରାଜ୍ୟ ଗୁଡିକରୁ ରାଜସ୍ଥାନକୁ ଅଣାଯାଇଥିଲା । ମଦ ବୋତଲଗୁଡ଼ିକୁ କିଛି ଟ୍ରକ ଏବଂ ଅନ୍ୟାନ୍ୟ ଗାଡି ସାହାଯ୍ୟରେ ଗୁଜୁରାଟ ପଠାଯାଉଥିଲା ।

ସିରୋହି ଜାତୀୟ ରାଜପଥର ଭୁସେଲା ନିକଟ ଏକ ଚାଷ ଜମିରେ ଏହି ଚଢାଉ କରାଯାଇଥିଲା । ଘଟଣା ସ୍ଥଳରୁ ଚୋରା ମଦ ସହିତ 3ଟି ଟ୍ରକ ଏବଂ 9ଟି କାର ଜବତ କରାଯାଇଛି। ସହକାରୀ ଅବକାରୀ କମିଶନର ରାଣା ପ୍ରତାପ ସିଂଙ୍କ ସହ ଅଲୱାର, ବନସ୍ବାରା, ଅଜମେର ଏବଂ ଭିନମଲ ଆଦି ଆବକାରୀ ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details