ଓଡିଶା

odisha

ETV Bharat / bharat

ରାଜସ୍ଥାନ ଫାଇଟ: ଗଣତନ୍ତ୍ରର ମହାପର୍ବକୁ ଗୁରୁତ୍ବ, ବିଦାଈ ପୂର୍ବରୁ ଭୋଟ ଦେଲେ ନବବଧୂ - ବିଦାଈ ପୂର୍ବରୁ ଭୋଟ ଦେଲେ ନବବଧୂ

ରାଜସ୍ଥାନରେ ଗଣତନ୍ତ୍ରର ମହାପର୍ବକୁ ଗୁରୁତ୍ବ । ବିଦାଈ ପୂର୍ବରୁ ଭୋଟ ଦେଲେ ନବବଧୂ । ଅଧିକ ପଢନ୍ତୁ

nri voters
nri voters

By ETV Bharat Odisha Team

Published : Nov 25, 2023, 10:02 PM IST

ଜୟପୁର:ରାଜସ୍ଥାନରେ ଆଜି (ଶନିବାର) ଶୃଙ୍ଖଳିତ ଢଙ୍ଗରେ ଶେଷ ହୋଇଛି ମତଦାନ । ଚଳିତ ଥର ଦୀପାବଳି ଓ ବିବାହ ଭଳି ଉତ୍ସବଠାରୁ ଗଣତନ୍ତ୍ରର ମହାପର୍ବକୁ ଅଧିକ ପ୍ରାଥମିକତା ଦେଇଛନ୍ତି ଭୋଟର । କେଉଁଠି ନବବଧୂ ବିଦାଈ ପୂର୍ବରୁ ଆସି ନିଜର ଅଧିକାର ପୂରଣ କରିଛନ୍ତି ତ ଆଉ କେଉଁଠି ପ୍ରବାସୀ ଭାରତୀୟ ଦୀପାବଳି ସମୟରେ ଘରକୁ ନ ଆସି ଭୋଟିଂ ସମୟରେ ସ୍ବଦେଶ ଫେରିଛନ୍ତି । ଏହାରି ସହିତ ଦେଶର ସଚେତନ ନାଗରିକ ଭାବେ ଏମାନେ ନିଜର ଦାୟିତ୍ବ ପୂରଣ କରିବା ସହିତ ସମାଜକୁ ବାର୍ତ୍ତା ଦେଇଛନ୍ତି ।

ବିଦାଈ ପୂର୍ବରୁ ମତଦାନ କଲେ ନବବଧୂ:-ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଆଜି ଭୋଟ ଗ୍ରହଣ ହୋଇଥିଲା । ଏହି ଅବସରରେ ଭୋଟ ଦେବା ଲାଗି ନାଗରିକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଲୋକେ ମତଦାନ ପାଇଁ କେନ୍ଦ୍ରରେ ପହଞ୍ଚିଥିଲେ ଯଦ୍ଦ୍ବାରା ସେମାନେ ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିପାରିବେ । ତେବେ ଆମିର ବିଧାନସଭା ଆସନରୁ ଜଣେ ଯୁବତୀ ଭୋଟ ଦେବା ଲାଗି ବିଦାଈକୁ ଅଟକାଇ ଦେଇଥିଲେ । ନବବିବାହିତା ଦିବ୍ୟା ଓରଫ ଅଞ୍ଜଳି ବିବାହ ପରେ ଘରୁ ବିଦା ହେବା ପୂର୍ବରୁ ଆସି ଭୋଟ ଦେଇଥିଲେ ।

ଏହା ବି ପଢନ୍ତୁ- ଭୋଟ୍ ଦେଉଛି ରାଜସ୍ଥାନ: 199 ବିଧାନସଭା ଆସନରେ ମତଦାନ ଜାରି

ମତଦାନ ପାଇଁ ଲଣ୍ଡନରୁ ଜୟପୁର ଯାତ୍ରା:-ଗୋଟିଏ ଭୋଟ ଅଭାବ ଯୋଗୁଁ ସରକାର ମଧ୍ୟ ବଦଳି ପାରେ । ଯାହାର ମୂଲ୍ୟକୁ ଅତି ଭଲ ଭାବେ ବୁଝିଛନ୍ତି ଏହି ପରିବାର । ସେଥିଲାଗି ମତଦାନ ପାଇଁ ବିଦେଶରୁ ସ୍ବଦେଶ କରିଛନ୍ତି । ଜୟପୁର ହୱାମହଲ ବିଧାନସଭା ଆସନର ଜଣେ NRI ପରିବାର ମତଦାନ କରିବା ଲାଗି ଲଣ୍ଡନରୁ ଆସି ଜୟପୁରରେ ପହଞ୍ଚିଥିଲେ । ଦୀପାବଳି ସମୟରେ ଏହି ପରିବାର ଗାଁକୁ ଫେରିଥାନ୍ତି । ହେଲେ ମତଦାନ ପାଇଁ ଏମାନେ ଦୀପାବଳି ବଦଳରେ ଭୋଟିଂ ସମୟରେ ହିଁ ଗାଁକୁ ଆସିଛନ୍ତି । ଏ ନେଇ ଜୟପୁରରେ ପହଞ୍ଚିଥିବା NRI କୃଷ୍ଣ ଗୋୟଲ କହିଛନ୍ତି, " ଆମେ ଦିୱାଲି ପରିବର୍ତ୍ତେ ଭୋଟିଂ ସମୟରେ ଘରକୁ ଆସିଛୁ । ଯେତେବେଳେ ଜଣେ ଯୋଗ୍ୟ ନେତାଙ୍କ ଚୟନ ହେବ, ସେତେବେଳେ ଆମ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ । " କୃଷ୍ଣ ଲଣ୍ଡନରେ ଏକ କମ୍ପାନୀରେ ଚାକିରି କରିଛନ୍ତି ।

ସୂଚନା ଥାଉ କି ରାଜ୍ୟରେ ଭୋଟିଂ ଗ୍ରହଣ ଲାଗି ୫୧,୫୦୭ଟି କେନ୍ଦ୍ରର ବ୍ୟବସ୍ଥା ହୋଇଥିଲା । ରାଜ୍ୟରେ ମୋଟ ୫ କୋଟି ୨୬ ଲକ୍ଷ ୯୦ ହଜାର ୧୪୬ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ଭୋଟିଂକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲାଗି ପ୍ରାୟ ଦେଢ ଲକ୍ଷ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details