ଓଡିଶା

odisha

By ETV Bharat Odisha Team

Published : Oct 23, 2023, 10:51 PM IST

ETV Bharat / bharat

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ସାଂସଦ ବାବା ବାଳକନାଥ ହରିଯାନା ରୋହତକରେ ଅବସ୍ଥିତ ମସ୍ତନାଥ ମଠର ଅଷ୍ଟମ ମହନ୍ତ । 2016 ମସିହାରେ ମହନ୍ତ ଚାନ୍ଦନାଥ ଯୋଗୀ ବାବା ବାଳକନାଥଙ୍କୁ ନିଜର ଉତ୍ତରାଧୀକାରୀ ଘୋଷଣା କରିଥିଲେ । ବାବା ବାଳକନାଥଙ୍କ ଅଭିଷେକ ଉତ୍ସବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବାବା ରାମଦେବଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ମହନ୍ତ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଜୟପୁର: ରାଜସ୍ଥାନ ଦଖଲ ପାଇଁ ଚାଲିଛି ରଣନୀତି । କ୍ଷମତାକୁ ଫେରିବାକୁ ବ୍ୟଗ୍ର ଗେରୁଆ ଦଳ। କଂଗ୍ରେସକୁ କ୍ଷମତାଚ୍ୟୁତ କରି ମରୂଭୂମିରେ ପଦ୍ମ ଫୁଟାଇବାକୁ ଚାଲିଛି ଦୀର୍ଘମିଆଦି ରଣନୀତି । ଦିଲ୍ଲୀରୁ ଜୟପୁର । ଜାରି ରହିଛି ବୈଠକ । କେଉଁଠି ଲଢିବେ କେଉଁ ଯୋଦ୍ଧା? କିଏ ହେବେ ସେନାପତି? କଣ ହେବ ମୁଦ୍ଦା?କଣ ମିଳିବ ଲୋଭନୀୟ ପ୍ରତିଶୃତି ? ସବୁର ସରିଛି ହିସାବ କିତାବ । ଏବେ ଲଢେଇର ସମୟ । ନିର୍ବାଚନ ଯୁଦ୍ଧର ବିଗୁଲ ବାଜିବା ପରେ ରଣଭୂମିରେ ଗୈରିକି ବାହୀନି । ଅଥଚ ଏଯାଏଁ କାହା ନେତୃତ୍ବରେ ଲଢିବେ ରାଜସ୍ଥାନ ଯୋଦ୍ଧା ନିର୍ଣ୍ଣୟ ନେଇପାରିଲେ ନି ମୋଦି-ଶାହ । ଯାହାକୁ ନେଇ ଏବେ ବଢୁଛି ସସ୍ପେନ୍ସ । ଯଦି ବିଜେପି କ୍ଷମତାକୁ ଆସେ କିଏ ହେବେ ମୁଖ୍ୟମନ୍ତ୍ରୀ? କାହାକୁ ଭରଷା କରିବେ କେନ୍ଦ୍ରୀୟ ନେତୃତ୍ବ । ଏହା ସ୍ପଷ୍ଟ ଯେ ବସୁନ୍ଧରା ରାଜେଙ୍କୁ ଦଳ ଆଉ ସୁଯୋଗ ଦେବ ନାହିଁ । ଏପରି ସ୍ଥିତିରେ ଏବେ ଏକାଧିକ ନାଁ କୁ ନେଇ ଚର୍ଚ୍ଚା । ଯେଉଁ କିଛି ନେତା ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଗ୍ରେ ଏବେ ବାବା ବାଳକନାଥ। ତେବେ କିଏ ଏହି ବାବା ବାଳକନାଥ ବା ଯୋଗୀ ବାଳକନାଥ । କଣ ତାଙ୍କ ବୃତ୍ତି? କେମିତି ମୁଖ୍ୟମନ୍ତ୍ରୀ ଦୌଡରେ ହେଲେ ସାମିଲ? ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅଧିକ ପଢନ୍ତୁ- Rajasthan Election: କାହିଁକି ବସୁନ୍ଧରାଙ୍କ ଉତ୍ତରାଧିକାରୀ ଅନ୍ୱେଷଣରେ BJP ?

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

କିଏ ବାବା ବାଳକନାଥ? -ରାଜସ୍ଥାନ ଅଲୱର ଲୋକସଭା ସାଂସଦ ହେଉଛନ୍ତି ବାବା ବାଳକନାଥ । 2019 ଲୋକସଭା ନିର୍ବାଚନରେ ପ୍ରଥମଥର ପାଇଁ ନିର୍ବାଚନ ଲଢି କଂଗ୍ରେସର ଦିଗଜନେତା ଭମ୍ବର ଜିତେନ୍ଦ୍ର ସିଂଙ୍କୁ ବଡ ବ୍ୟବଧାନରେ ପରାସ୍ତ କରି ଲୋକସଭା ପହଞ୍ଚିଥିଲେ । ପ୍ରଥମ ଥର ସାଂସଦ ହୋଇଥିଲେ ମଧ୍ୟ ସଂସଦରେ ନିଜର ଉପସ୍ଥିତି, ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଆଭିମୁଖ୍ୟ, ବିତର୍କରେ ସଠିକ ଜବାବ, ବିରୋଧୀଙ୍କୁ ଗଠନ ମୂଳକ ସମାଲୋଚନା କରି ଭିଡ ଭିତରେ ବାରି ହୋଇପଡିଥିଲେ । କଂଗ୍ରେସର ନୀତି, ନୈତିକତାକୁ କଡା ବିରୋଧ କରି ବିଜେପିର ବିଚାରଧାରାକୁ ସୁଦୃଢ ଭାବେ ଲୋକଙ୍କ ସମ୍ମୁଖରେ ରଖିଥାନ୍ତି ସାଂସଦ ବାବା । ଯାହା ଫଳରେ ତାଙ୍କ ଉପରେ ଜାତୀୟ ନେତାଙ୍କ ଭରଷା ବଢିବାରେ ଲାଗିଲା । ଫଳରେ ଧୀରେ ଧୀରେ ରାଜନୀତିରେ ଅନୁଭବ ବଢିବା ରାଜ୍ୟରେ ମଧ୍ୟ ତାଙ୍କର ପ୍ରଭାବ ବଢିବାରେ ଲାଗିଲା ।

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ମସ୍ତନାଥ ମଠର ମହନ୍ତ ବାବା ବାଳକନାଥ-ସାଂସଦ ବାବା ବାଳକନାଥ ହରିଯାନା ରୋହତକରେ ଅବସ୍ଥିତ ମସ୍ତନାଥ ମଠର ଅଷ୍ଟମ ମହନ୍ତ । 2016 ମସିହାରେ ମହନ୍ତ ଚାନ୍ଦନାଥ ଯୋଗୀ ବାବା ବାଳକନାଥଙ୍କୁ ନିଜର ଉତ୍ତରାଧୀକାରୀ ଘୋଷଣା କରିଥିଲେ । ବାବା ବାଳକନାଥଙ୍କ ଅଭିଷେକ ଉତ୍ସବରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବାବା ରାମଦେବଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ମହନ୍ତ ସାମିଲ ହୋଇଥିଲେ । ବାବା ବାଳକନାଥ ମସ୍ତନାଥ ମଠର ମହନ୍ତ ହେବା ସହିତ ତତସମେତ ବାବା ମସ୍ତନାଥ ବିଶ୍ବବିଦ୍ୟାଳୟର କୁଳାଧିପତି ମଧ୍ୟ ଅଛନ୍ତି ।

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବାବା ବାଳକନାଥଙ୍କ ଶୈଶବ- ବାବା ବାଳକ ନାଥ ଏକ ଯାଦବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାପା ସୁଭାସ ଯାଦବ ମାତା ଉର୍ମିଲା ଦେବୀଙ୍କ ସନ୍ତାନ ହେଉଛନ୍ତି ବାବା ବାଳକନାଥ । ଏକ ଯାଦବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାବା ବାଳକନାଥ 6 ବର୍ଷ ବୟସରୁ ନିଜ ପରିବାର ଛାଡିଥିଲେ । ବର୍ଷ 1985 ରୁ 1991 ପର୍ଯ୍ୟନ୍ତ ସେ ରାଜସ୍ଥାନ ହନୁମାନଗଡ ଜିଲ୍ଲାରେ ଥିବା ନାଥୱାଲୀ ଆଶ୍ରମରେ ରହି ଦିକ୍ଷା ଗ୍ରହଣ କରିବା ସହିତ ବେଦ ଶାସ୍ତ୍ର, ସନାତନ ଧର୍ମ ସଂସ୍କୃତି ଉପରେ ଜ୍ଞାନ ଆରୋହଣ କରିଥିଲେ । ପରେ ମହନ୍ତ ଚାନ୍ଦନାଥ ଯୋଗୀ ବାଳକନାଥଙ୍କୁ ନିଜ ମଠ ମସ୍ତନାଥ ମଠ ହରିୟାଣ ରୋହତକୁ ଆଣିଥିଲେ । ସେହି ମଠର ମହନ୍ତ ଏବେ ଅଛନ୍ତି ବାବା ବାଳକନାଥ ।

Rajasthan Election 2023: ବାଜିମାରିବେ ବାବା ବାଳକନାଥ, ହୋଇପାରନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ରାଜନୈତିକ ଜୀବନ- ମସ୍ତନାଥ ମଠର ମହନ୍ତ ହେବା ପୂର୍ବରୁ ଜାତୀୟତା ଭାବକୁ ନେଇ ବାବା ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଆରଏସଏସର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଥିଲେ । ପରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇ ରାଜନୈତିକ ଜୀବନ ଆରମ୍ଭ କଲେ । ତାଙ୍କର ସାଂଗଠନିକ ଦକ୍ଷତା ଦେଖି ତାଙ୍କୁ 2019 ରେ ରାଜସ୍ଥାନ ଅଲୱର ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିଥିଲା । ବାଳକନାଥ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ 3 ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରି ଲୋକସଭା ପହଞ୍ଚିଥିଲେ ।

DSPଙ୍କୁ ଧମକାଇ ଥିଲେ ଚର୍ଚ୍ଚାରେ- ଅଶୋକ ଗେହଲଟଙ୍କ ସରକାର ବିରୋଧରେ ବିଜେପି ଏକ ଆନ୍ଦୋଳନ କରୁଥିବା ବେଳେ, ପୋଲିସ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ନିଜ ଅଗ୍ର ରୂପ ଦେଖାଇଥିଲେ ବାବା ବାଳକନାଥ । ଡିଏସପିଙ୍କୁ ଧମକ ଦେଇ କହିଥିଲେ ଏବେ ଆପଣ ମଧ୍ୟ ମୋର ଲିଷ୍ଟ କୁ ଆସିଗଲେ । ପୂର୍ବରୁ ସ୍ଥାନୀୟ ବିଧାୟକ ଓ ଜଣେ ଏସଏଚଓ ମୋର ଲିଷ୍ଟରେ ଅଛନ୍ତି କହି ଥାନା ମଧ୍ୟରେ ଡିଏସପିଙ୍କୁ ଧମକ ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚାରେ ଥିଲା ବାବା ବାଳକନାଥ ।

ଅଧିକ ପଢନ୍ତୁ- ରାଜସ୍ଥାନରେ ମୋଦିଙ୍କ ଟାର୍ଗେଟ, କହିଲେ ଲାଲ ଡାଏରୀରେ କଂଗ୍ରେସର କଳା କାର୍ଯ୍ୟ ରହିଛି

ଫାୟାରବ୍ରାଣ୍ଡ ବିଜେପି ନେତା- ମହନ୍ତ ବାଳକନାଥ ଜଣେ ଫାୟାରବ୍ରାଣ୍ଡ ବିଜେପି ନେତା । ତାଙ୍କୁ କେହି କେହି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କରିଥାନ୍ତି । କାରଣ ଉଭୟଙ୍କ ଜୀବନଶୈଳୀ ଓ ଲକ୍ଷ୍ୟ ଏକ । ଯୋଗୀ ଗେରୁଆ ବସ୍ତ୍ର ଧାରଣ କରୁଥିବା ବେଳେ ଜଣେ କଠୋର ହିନ୍ଦୁବାଦୀ ନେତା । ଏହାସହ ଗୋରଖନାଥ ମଠର ମହନ୍ତ । ଧର୍ମକୁ ନେଇ ଯୋଗୀ ପୁରା କଠୋର ହୋଇଥାନ୍ତି । ନିଜ ଗୁରୁଦେବଙ୍କ ଠାରୁ ଯୋଗୀ ରାଜନୀତିର ପରିଭାଷା ବୁଝି ତାଙ୍କ ଅନ୍ତେ ପ୍ରତ୍ୟେକ୍ଷ ନିର୍ବାଚନ ଲଢିଥିଲେ । ସେହିପରି ମହନ୍ତ ବାଳକନାଥ ମଧ୍ୟ ଗେରୁଆ ବସ୍ତ୍ର ଧାରଣ କରନ୍ତି । ସେ ମଧ୍ୟ ମସ୍ତନାଥ ମଠର ମହନ୍ତ । ଜଣେ କଠୋର ହିନ୍ଦୁବାଦୀ ନେତା ଭାବେ ପରିଚିତ ବାବା ବାଳକନାଥ । ଧର୍ମ, ରାଷ୍ଟ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥାନ୍ତି । ବିଜେପିର ଜଣେ ହାର୍ଡକୋର ନେତା ଭାବେ ପରିଚିତ ।

ମହନ୍ତ ବାଳକନାଥଙ୍କୁ ବିଧାନସଭା ଟିକେଟ-ଅଲୱର ସାଂସଦ ଥିବା ବାବା ବାଳକନାଥଙ୍କୁ ବିଜେପି 2023 ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ତାଙ୍କୁ ଅଲୱର ଲୋସଭା ଅନ୍ତର୍ଗତ ତିଜାରା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି ।

ମୁଖ୍ୟମନ୍ତ୍ରୀ ଦୌଡରେ ବାବା ବାଳକନାଥ- ଓବିସି ବର୍ଗରୁ ଆସୁଥିବା ବାବା ବାଳକନାଥଙ୍କ ପ୍ରଭାବ ଉଭୟ ହରିୟାଣ ଓ ରାଜସ୍ଥାନରେ ରହିଛି । ନିକଟରେ ଦଳ ତାଙ୍କୁ ରାଜ୍ୟ ଶାଖାର ଉପସଭାପତି କରିଛି । ଏହା ସହ ଷ୍ଟାର ପ୍ରଚାର ତାଳିକାରେ ମଧ୍ୟ ସ୍ଥାନ ଦେଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟାଇଲରେ କାମ କରୁଥିବା ବାବା ବାଳକନାଥ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜସ୍ଥାନ ସମେତ ଦିଲ୍ଲୀ ହରିୟାଣାରେ ଯୋରଦାର ଚର୍ଚ୍ଚା ଚାଲିଛି । କାରଣ ବାବା ବାଳକନାଥ ପୁରା ରାଜ୍ୟରେ ଭିନ୍ନ ଅନ୍ଦାଜରେ ମଧ୍ୟ ପ୍ରଚାର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details