ଓଡିଶା

odisha

ETV Bharat / bharat

Congress President Poll: ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ଗେହେଲଟ, ପୂର୍ବରୁ ଭେଟି ସାରିଛନ୍ତି ଥରୁର - ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ (Rajasthan CM Ashok Gehlot meet Sonia Gandhi)। ପୂର୍ବରୁ ଭେଟି ସାରିଛନ୍ତି ଶଶୀ ଥରୁର । ଦୁହିଁଙ୍କ ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ଲଢେଇ ନେଇ କ୍ରମଶଃ ସ୍ପଷ୍ଟ ହେଉଛି ସଙ୍କେତ । ଅଧିକ ପଢନ୍ତୁ

congress president poll: ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ଗେହେଲଟ
congress president poll: ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ଗେହେଲଟ

By

Published : Sep 22, 2022, 6:21 AM IST

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ସମୟ ପାଖଉଥିବା ବେଳେ ଆଉ ଦୁଇ ଦିନ ପରେ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହାରି ମଧ୍ୟରେ ବୁଧବାର ଦିଲ୍ଲୀରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି ପ୍ରାର୍ଥୀତ୍ବ ଦୌଡ ଚର୍ଚ୍ଚାରେ ସବୁଠୁ ଆଗରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ବୁଧବାର ଅପରାହ୍ନରେ ଜନପଥ ରୋଡରେ ଥିବା ବାସଭବନରେ ପହଞ୍ଚି ସୋନିଆଙ୍କ ସହ ଆଲୋଚନା କରିଛନ୍ତି (Rajasthan CM Ashok Gehlot meet Sonia Gandhi)। ଏହା ପୂର୍ବରୁ ପ୍ରାର୍ଥୀ ଭାବେ ଅନ୍ୟତମ ଦାବିଦାର ଶଶୀ ଥରୁର ମଧ୍ୟ ସୋନିଆଙ୍କୁ ଭେଟିି ଆଲୋଚନା ସାରିଛନ୍ତି ।

ସାମ୍ପ୍ରତିକ ସ୍ଥିତିର ଘଟଣାବଳୀକୁ ଦେଖି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congress president Election) ଗେହେଲଟ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ ମଧ୍ୟ ଏକ ପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେବାରେ ଲାଗିଛି । ବର୍ତ୍ତମାନ ରାଜସ୍ଥାନରେ ଗେହେଲଟ ଓ ଯୁବନେତା ସଚିନ ପାଇଲଟ ଗୋଷ୍ଠୀ ମଧ୍ୟରେ କନ୍ଦଳ ଜାରି ରହିଛି । ଏହାରି ମଧ୍ୟରେ ଦଳର ସର୍ବୋଚ୍ଚ କମାଣ ସମ୍ଭାଳିବା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ଗେହେଲଟ । ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପ୍ରାର୍ଥୀ ଦୌଡରେ ଥିବା ସାଂସଦ ଶଶୀ ଥରୁର ମଧ୍ୟ ସୋନିଆଙ୍କୁ ପୂର୍ବରୁ ଭେଟି ଆଲୋଚନା କରି ସାରିଛନ୍ତି ।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ କାନ୍ଧକୁ ପୁଣି ଥରେ କମାଣ ଆସିବା ନେଇ ଆଲୋଚନା କରାଯାଉଥିବା ବେଳେ ରାହୁଲ ବର୍ତ୍ତମାନ ଦକ୍ଷିଣରେ ’ଭାରତ ଯୋଡୋ ଯାତ୍ରା’ର ନେତୃତ୍ବ ନେଉଛନ୍ତି । ରାହୁଲଙ୍କର ଯାତ୍ରା ଛାଡି ଦିଲ୍ଲୀ ଫେରିବା କିମ୍ବା ଦଳୀୟ ହାଇକମାଣ୍ଡ ନିର୍ବାଚନରେ ଅଂଶଗ୍ରହଣ କରିବାର କୌଣସି ସମ୍ଭାବନା ମଧ୍ୟ ନଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ରାହୁଲଙ୍କୁ ପୁଣି ଥରେ ଅଧ୍ୟକ୍ଷ କରିବା ପାଇଁ କିଛି ବରିଷ୍ଠ ନେତା ଇଚ୍ଛା ପ୍ରକାଶ କରିଥିବା ବେଳେ ରାହୁଲ ଏବେ ନିର୍ବାଚନରେ ଅଂଶଗ୍ରହଣ ନକରିବା ଖବର ଚର୍ଚ୍ଚାକୁ ଆସିବା ପରେ ଗେହେଲଟ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବେ କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:- ଅକ୍ଟୋବର 17ରେ ନିର୍ବାଚନ, 19ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ଆସନ୍ତା ମାସ(ଅକ୍ଟୋବର) 17 ତାରିଖରେ ଅଧ୍ୟକ୍ଷ ନିର୍ବାଚନ (Congress president Election) କରିବାକୁ ତାରିଖ ଧାର୍ଯ୍ୟ କରିଛି ଦଳ । 17 ତାରିଖରେ ମତଦାନ (Election for Congress president on October 17) ହେବାକୁ ଥିବାବେଳେ 19ରେ ଗଣତି ଓ ନୂତନ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ନେଇ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ ଚଳିତ ମାସ 24 ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ 30 ରେ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details