ଓଡିଶା

odisha

ETV Bharat / bharat

Covid Positive: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କୋରୋଜା ପଜିଟିଭ ଚିହ୍ନଟ - ବସୁନ୍ଧରା ରାଜେ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କୋରୋନା । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦେଲେ ସୂଚନା । ଅଧିକ ପଢନ୍ତୁ

Covid Positive
Covid Positive

By

Published : Apr 4, 2023, 5:49 PM IST

ଜୟପୁର:ଗତ କିଛି ଦିନ ଧରି ଦେଶରେ ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ଏ ନେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ରାଜସ୍ଥାନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୮୯ରେ ପହଞ୍ଚିଥିବା ଜଣାପଡ଼ିଛି ।

ଏନେଇ ଗେହଲଟ ଟ୍ବିଟ କରି କହିଛନ୍ତି, "ଗତ କିଛି ଦିନ ଧରି ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମୁଁ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛି । ମୋ ନିକଟରେ କିଛି ଲକ୍ଷଣ ଦେଖିବାକୁ ମିଳିଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁଁ ନିଜ ବାସଭବନରେ ରହି କାର୍ଯ୍ୟ କରିବି । ଆପଣମାନେ କୋଭିଡ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ।" ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ଟ୍ବିଟ କରି କହିଛନ୍ତି, " ମୁଁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ କ୍ବାରେଣ୍ଟାଇନରେ ରହିଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନିଅନ୍ତୁ ।"

ଏହା ବି ପଢନ୍ତୁ-ଏଣିକି ଟ୍ରୁଏନାଟ ପରୀକ୍ଷା କରିବ H3N2-H1N1, ଶୀଘ୍ର ଚିହ୍ନଟ ହେବ ଲକ୍ଷଣ

ସେପଟେ ବିଜେପି ସୂତ୍ରରୁ ସୂଚନା ମିଳିଛି ଯେ ବସୁନ୍ଧରା ଅସୁସ୍ଥ ରହିଥିବା ବେଳେ ଗତ ରବିବାର ବିଜେପିର ଏକ ବୈଠକରେ ସାମିଲ ହୋଇଥିଲେ । ବୈଠକ ମଝିରେ ସେ ଅଧିକ ଅସୁସ୍ଥତା ଅନୁଭବ କରିବା ପରେ ସେ ହସ୍ପିଟାଲ ଯାଇ କୋଭିଡ ପରୀକ୍ଷା କରିଥିଲେ । ସେପଟେ ରାଜସ୍ଥାନର ନବନିର୍ବାଚିତ ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋର ବସୁନ୍ଧରାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ସଂକ୍ରମିତ ବସୁନ୍ଧରା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ମଧ୍ୟ ଭେଟିଥିଲେ ।

ସୂଚନା ଥାଉ କି ମଙ୍ଗଳବାର ଦେଶରେ ନୂଆ ୩୦୩୮ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୧୭୯ରେ ପହଞ୍ଚିଛି । ଦେଶରେ ଏପ୍ରିଲ୧ରେ ୨୯୯୪, ଏପ୍ରିଲ ୨ ତାରିଖରେ ୩୮୨୪, ଏପ୍ରିଲ ୩ରେ ୩୬୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତ ୨୪ ଘଣ୍ଟାରେ ଦେଶରେ ୨୦୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୮୯୪ ଡୋଜ ପଞ୍ଜିକୃତ ହୋଇଛି । କୋଭିଡ-୧୯ର ଏହି ନୂଆ ଭାରିଏଣ୍ଟ ଘାତକ ନୁହେଁ, ବରଂ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସତର୍କ ଅବଲମ୍ବନ କରିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ।

ABOUT THE AUTHOR

...view details