ଓଡିଶା

odisha

ETV Bharat / bharat

ଦେଶରେ ସାମ୍ପ୍ରଦାୟିକ ତିକ୍ତତା ହ୍ରାସ କରିବାକୁ PM ମୋଦିଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ - ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଦେଶରେ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସା ପ୍ରତିହିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିବେଦନ । ଲୋକଙ୍କ ମଧ୍ୟରେ ଧର୍ମୀୟ ବିଦେଶ୍ବକୁ ନେଇ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସାକୁ କମ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ଗେହଲଟ ଏହି ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ସାମ୍ପ୍ରଦାୟିକ ହିଂସା କାର୍ଯ୍ୟାନୁଷ୍ଠାନ ନେବା ଲାଗି, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ସାମ୍ପ୍ରଦାୟିକ ହିଂସା କାର୍ଯ୍ୟାନୁଷ୍ଠାନ ନେବା ଲାଗି, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

By

Published : Apr 15, 2022, 5:26 PM IST

ଜୟପୁର:ଦେଶରେ ସାମ୍ପ୍ରଦାୟିକ ତିକ୍ତତା ହ୍ରାସ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।ଦେଶରେ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ । ଲୋକଙ୍କ ମଧ୍ୟରେ ଧର୍ମୀୟ ବିଦେଶ୍ବକୁ ନେଇ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସାକୁ କମ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଧର୍ମ ନାଁରେ ହିଂସା କରୁଥିବା ଲୋକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନ୍ତୁ ଅବା ରାଜ୍ୟ ସରକାରଙ୍କୁ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି । ଶାନ୍ତି ବିନା ଦେଶର ଉନ୍ନତି ହୋଇପାରିବ ନାହିଁ ବୋଲି କହିଛନ୍ତି ଗେହଲଟ୍‌ । ଯଦି ଦେଶର ନାଗରିକ ନିଜ ନିଜ ମଧ୍ୟରେ ଖାଦ୍ୟ, ଡ୍ରେସ, ଧର୍ମୀୟ ଭେଦଭାବ ନେଇ ମାରପିଟ୍‌ ହେବେ, ତେବେ ଦେଶର ଉନ୍ନତି କିପରି ହେବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

କିଛି ଅନାବଶ୍ୟକ ସମସ୍ୟାକୁ ନେଇ ଲୋକେ ସାମ୍ପ୍ରଦାୟିକ ହିଂସା କରୁଛନ୍ତି, ଫଳରେ ଦେଶର ବିକାଶ କେମିତି ହେବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଶ୍ନ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ କଥାକୁ ଉଦାହରଣ ଦେବାକୁ ଯାଇ ଗେହଲଟ୍‌ ଆହୁରି ମଧ୍ୟ କହିଛନ୍ତି, ମହାତ୍ମା ଗାନ୍ଧୀ ଥରେ କହିଥଲେ ଯେ 'ମୁଁ ଜଣେ ହିନ୍ଦୁ ହୋଇଥିବାରୁ ମୁଁ ଗର୍ବିତ । ମାତ୍ର ମୋର ହିନ୍ଦୁ ଧର୍ମ ଅସହିଷ୍ଣୁ କିମ୍ବା ବହିଷ୍କାର ନୁହେଁ' ବୋଲି କହିଥିଲେ । ଏହା ସହିତ ଆମେ ସମସ୍ତେ ହିନ୍ଦୁ ହେଲେ ବି ଆମର ଧର୍ମ ଶିକ୍ଷା ଦିଏ ଯେ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେବା ଉଚିତ୍‌ ।

@IANS

ABOUT THE AUTHOR

...view details