ଜୟପୁର:ରାଜସ୍ଥାନ କ୍ୟାବିନେଟରେ ଆଜି ହେବ ବଡ ପରିବର୍ତ୍ତନ । ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଢିବେ ଗେହଲଟ ସରକାର । ଆଜି ମନ୍ତ୍ରୀମଣ୍ଡଳରେ ଶପଥ ନେବେ ନୂଆ ମନ୍ତ୍ରୀ । ଅପରାହ୍ନ ୪ଟା ସମୟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ । ଏଥିରେ ୧୫ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀ ଶନିବାର ଇସ୍ତଫା ଦେଇଛନ୍ତି । ପୂର୍ବରୁ ରାଜ୍ୟ ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଥିବାବେଳେ ବାକି ଅନ୍ୟ ମନ୍ତ୍ରୀ ଶନିବାର ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବରୁ ପଦ ଛାଡିଥିବା ୩ ମନ୍ତ୍ରୀଙ୍କୁ ସାଙ୍ଗଠନିକ ଦାୟିତ୍ବ ଦିଆଯାଇଛି ।