ଜୟପୁର:ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଶନିବାର ରାଜସ୍ଥାନରେ ଭଜନଲାଲ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ରାଜଭବନରେ ରାଜ୍ୟପାଳ କଲରାଜ ମିଶ୍ର ଭଜନଲାଲ ସରକାରଙ୍କ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ଭଜନଙ୍କ ଟିମରେ ସାମିଲ ହୋଇଛନ୍ତି ମୋଟ ୨୨ ଜଣ ମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ୧୨ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ, ୫ ଜଣ ମନ୍ତ୍ରୀ ସ୍ବାଧୀନ ଦାୟିତ୍ବରେ ରାଷ୍ଟ୍ର ମନ୍ତ୍ରୀ ଭାବେ ଏବଂ ୫ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।
ନିକଟରେ ଝୋଟୱାରା ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ଭଜନଲାଲଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିଛି । ସେହିପରି କିରୋଦି ଲାଲ ମିଣା, ମଦନ ଦିଲାୱର, ଗଜେନ୍ଦ୍ର ସିଂ ଖିନବାସର, ବବୁଲାଲ ଖରଦି, ଜୋଗରାମ ପଟେଲ, ସୁରେଶ ରାୱତ, ଅବିନାଶ ଗେହଲଟ, ଜୋରାରାମ କୁମାୱତ, ହେମନ୍ତ ମିଣା, କହ୍ନୈୟା ଲାଲ ଚୌଧୁରୀ, ସୁମିତ ଗୋଦାରା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟପଟେ ସଞ୍ଜୟ ଶର୍ମା, ସୁରେନ୍ଦ୍ର ପାଲ ସିଂ ଟିଟି, ଝାବର ସିଂ ଖାରା, ଗୌତମ କୁମାର, ହିରାଲାଲ ନଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଇଛନ୍ତି ।
ଏହା ବି ପଢନ୍ତୁ- ରାଜସ୍ଥାନରେ ‘ଭଜନ’ ଯୁଗ ଆରମ୍ଭ: ଜନ୍ମଦିନରେ ନେଲେ ଶପଥ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ