ଓଡିଶା

odisha

ETV Bharat / bharat

ଓଡିଆ ଝିଅକୁ ଉଡାଇ ନେଲା ରାଜସ୍ଥାନ ପୁଅ

ପ୍ରେମରେ ପଡିଥିବା ଲୋକ ଉଚ୍ଚ-ନୀଚ୍ଚ ଓ ଭଲ ମନ୍ଦ କିଛି ବିଚାର କରିପାରନ୍ତି ନାହିଁ । ଯିଏ ପ୍ରେମ କରନ୍ତି ସେମାନେ ସବୁ ସୀମା ସରହଦକୁ ପାର କରିଦିଅନ୍ତି । ବର୍ତ୍ତମାନ ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ଏଠି ପ୍ରେମୀ ଯୁଗଳ ପ୍ରେମ ସୀମା ଡେଇଁ ରାଜ୍ୟ ସୀମା ପାର କରିଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନ ପୁଅ ସହ ଫେରାର ଓଡିଶା ଝିଅ, ଉଭୟ ଥାନାରେ ଅଟକ
ରାଜସ୍ଥାନ ପୁଅ ସହ ଫେରାର ଓଡିଶା ଝିଅ, ଉଭୟ ଥାନାରେ ଅଟକ

By

Published : Jan 30, 2021, 5:42 PM IST

Updated : Jan 30, 2021, 7:32 PM IST

ଜୟପୁର: କୁହାଯାଏ ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡିଥିବା ଲୋକ ଉଚ୍ଚ-ନୀଚ୍ଚ ଓ ଭଲ ମନ୍ଦ କିଛି ବିଚାର କରିପାରନ୍ତି ନାହିଁ । ଯିଏ ପ୍ରେମ କରନ୍ତି ସେମାନେ ସବୁ ସୀମା ସରହଦକୁ ପାର କରିଦିଅନ୍ତି । ବର୍ତ୍ତମାନ ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ଏଠି ପ୍ରେମୀ ଯୁଗଳ ପ୍ରେମ ସୀମା ଡେଇଁ ରାଜ୍ୟ ସୀମା ପାର କରିଛନ୍ତି ।

ପୁରା ଘଟଣା ଏମିତି...ରାଜସ୍ଥାନ ଦୋସା ନିବାସୀ ଏହି ଯୁବକ ଓଡିଶାର ଯୁବତୀଙ୍କ ପ୍ରେମରେ ପଡି ଯାଇଥିଲେ । ଉଭୟଙ୍କ ସମ୍ପର୍କ ସୋସିଆଲ ମିଡିଆରୁ ଗଢି ଉଠିଥିଲା । ପ୍ରଥମେ ପ୍ରଥମେ ଚାର୍ଟିଂ.. ପରେ ପରେ ଉଭୟଙ୍କ ମଧ୍ୟରେ ନମ୍ବର ଦିଆନିଆ ହୋଇଥିଲା । ବାସ୍ ତା ପରଠୁ ହ୍ବାଟ୍ସଆପରେ ଭିଡିଓ କଲ୍‌ରେ ହୁଏ କଥାବାର୍ତ୍ତା । ଉଭୟଙ୍କ ପ୍ରେମ ଏତେ ନିବିଡତା ହୋଇଥିଲା ଯେ, ଦୁହେଁ ଦୁହିଁଙ୍କୁ ଜୀବନସାଥି କରିବାକୁ ସ୍ଥିର କରିଥିଲେ । ବାସ୍ ନିଜ ପ୍ରେମିକାକୁ ପତ୍ନୀର ମାନ୍ୟତା ଦେବା ପାଇଁ ସୁଦୂର ରାଜସ୍ଥାନରୁ ଟ୍ରେନ ଯୋଗେ ଚାଲିଆସିଥିଲେ ଯୁବକ । ଆଉ ଯୁବତୀଙ୍କୁ ବିମାନରେ ଉଡାଇ ନେଇ ଚାଲି ଯାଇଥିଲେ ପ୍ରେମିକ ।

ଘଟଣାକୁ ନେଇ ଝିଅର ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ ଏବଂ ସେ ନାବାଳିକା ବୋଲି ସୂଚନା ଦେଇଥିଲେ । ଏହାପରେ ବାଲେଶ୍ବର ସଦର ପୋଲିସ ମୋବାଇଲ ଲୋକେସନକୁ ଟ୍ରାକ କରି ରାଜସ୍ଥାନରେ ପହଁଞ୍ଚିଥିଲା ଯାହା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା । ବର୍ତ୍ତମାନ ଉଭୟଙ୍କୁ ରାଜସ୍ଥାନରୁ ଓଡିଶା ଅଣାଯିବା ସହ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2021, 7:32 PM IST

ABOUT THE AUTHOR

...view details