ଓଡିଶା

odisha

By

Published : Dec 12, 2022, 10:56 PM IST

ETV Bharat / bharat

ପୂରଣ ହେଲାନି ଯବାନ ହେବା ସ୍ୱପ୍ନ, ସେନା ପାଇଁ ନିର୍ମାଣ କଲେ ସ୍ୱତନ୍ତ୍ର ନାନୋ ଡ୍ରୋନ

ସେନାରେ ଭର୍ତ୍ତି ପାଇଁ ଚାହୁଁଥିଲେ, ବିଫଳ ହେଲେ । ସ୍ବତନ୍ତ୍ର ଡ୍ରୋନ ନାନୋ ଡ୍ରୋନ ନିର୍ମାଣ କରି ସେନାକୁ ହସ୍ତାନ୍ତର କଲେ 3 ଇଞ୍ଜିନିୟର ବନ୍ଧୁ (made special drone Doot for for Indian forces)। ଅଧିକ ପଢନ୍ତୁ

ସେନା ପାଇଁ ସ୍ବତନ୍ତ୍ର ଡ୍ରୋନ ନିର୍ମାଣ କଲେ 3  ଇଞ୍ଜିନିୟର ବନ୍ଧୁ
ସେନା ପାଇଁ ସ୍ବତନ୍ତ୍ର ଡ୍ରୋନ ନିର୍ମାଣ କଲେ 3 ଇଞ୍ଜିନିୟର ବନ୍ଧୁ

ସେନା ପାଇଁ ସ୍ବତନ୍ତ୍ର ଡ୍ରୋନ ନିର୍ମାଣ କଲେ 3 ଇଞ୍ଜିନିୟର ବନ୍ଧୁ

ହାଇଦ୍ରାବାଦ:ଭାରତୀୟ ସେନା ପାଇଁ ଏକ ସ୍ବତନ୍ତ୍ର ଧରଣର ଡ୍ରୋନ ନିର୍ମାଣ କରିଛନ୍ତି 3 ଇଞ୍ଜିନିୟର ବନ୍ଧୁ । ଏହି ତିନି ବନ୍ଧୁ ରାଜସ୍ଥାନର ବିକାନେରର ମୟଙ୍କ ପ୍ରତାପ ସିଂ, ଅଙ୍କୁର ଯାଦବ ଏବଂ ବ୍ୟୋମ ରାଜନ ସିଂ (made special drone Doot for for Indian forces)। ଏମାନେ ଏକ ବିଶେଷ ଧରଣର ହାଲୁକା ଓ କ୍ଷୁଦ୍ର ଡ୍ରୋନ ପ୍ରସ୍ତୁତ କରି ରାଜସ୍ଥାନ ସୀମାରେ ଥିବା ଭାରତୀୟ ସେନା ଶିବିରରେ ଯବାନଙ୍କୁ ହସ୍ତାନ୍ତର କରିଛନ୍ତି । ଏହାକୁ ଦେଶର ସବୁଠୁ ହାଲୁକା ଏବଂ ଦୀର୍ଘତମ ଫ୍ଲାଇଙ୍ଗ କ୍ଷମତା ବିଶିଷ୍ଟ ନାନୋ ଡ୍ରୋନ ବୋଲି କୁହାଯାଉଛି ।

ଏହା ମଧ୍ୟରେ ଏକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହି ତିନି ସାଙ୍ଗ ସେନାରେ ଯୋଗଦେବାକୁ ଚାହୁଁଥିଲେ । ସେ ଏଥିପାଇଁ ସେମାନେ ଅନେକ ଥର ପରୀକ୍ଷା ମଧ୍ୟ ଦେଇଥିଲେ ସୁଦ୍ଧା ସଫଳତା ମିଳି ନଥିଲା । ହେଲେ ସେନାରେ ଭର୍ତ୍ତି ହୋଇନପାରିବା ପରେ ମଧ୍ୟ ଏମାନଙ୍କର ସେ ଦେଶସେବା ପ୍ରତି ଥିବା ଉତ୍ସାହ କମି ନଥିଲା । ବିନା ୟୁନିଫର୍ମରେ ସେମାନେ ସେନା ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ । ସେନାକୁ ସାହାଯ୍ୟ କରିବା ପାଇଁ ସେମାନେ ଏକ ଡ୍ରୋନ ନିର୍ମାଣ କରିବା ପାଇଁ ଯୋଜନା କଲେ ଓ କାମ ମଧ୍ୟ ଆରମ୍ଭ କଲେ ।

ପ୍ରାୟ ଦେଢ ବର୍ଷ ପୂର୍ବେ ତାଙ୍କର ଦୁଇ ସାଙ୍ଗଙ୍କ ସହ ଷ୍ଟାର୍ଟଅପ୍ ଆରମ୍ଭ କରିଥିବା ଅଙ୍କୁର ଯାଦବ କୁହନ୍ତି ଯେ, ଆମ ତିନିଜଣ ମେକାନିକାଲ୍ ଇଞ୍ଜିନିୟର୍ ଏବଂ ସମସ୍ତେ ସେନାରେ ଯୋଗଦେବାକୁ ଚାହୁଁଥିଲୁ । କିନ୍ତୁ ଆମର ସ୍ୱପ୍ନ ସାକାର ହୋଇପାରିଲା ନାହିଁ । ଏପରି ପରିସ୍ଥିତିରେ, ଯେତେବେଳେ ବି ଆମେ ସାମରିକ ଅପରେସନ୍ ବିଷୟରେ ଜାଣିଲୁ ଆମର ଯବାନଙ୍କୁ ସାହାଯ୍ୟ କରିବା ପାଇଁ ଚିନ୍ତା କଲୁ । ଏହି ସମୟରେ, ଆମେ ହିନ୍ଦୀ ଚଳଚ୍ଚିତ୍ର 'ଉରି ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ’ ଦେଖି ଅନୁପ୍ରାଣିତ ହୋଇଥିଲୁ । ସେନା ପାଇଁ ଡ୍ରୋନ ନିର୍ମାଣ କରିବା ଆରମ୍ଭ କଲୁ ।

ଅଙ୍କୁର ଦାବି କରିଛନ୍ତି ଯେ ସେମାନେ ନିର୍ମାଣ କରିଥିବା ଡ୍ରୋନ, ଦେଶର ସବୁଠୁ ହାଲୁକା ଏବଂ ଦୀର୍ଘତମ ଫ୍ଲାଇଙ୍ଗ କ୍ଷମତା ବିଶିଷ୍ଟ ନାନୋ ଡ୍ରୋନ। ବର୍ତ୍ତମାନ ଏହା 30 ମିନିଟ୍ ପାଇଁ ଉଡ଼ିବାରେ ସକ୍ଷମ । ସେ କହିଛନ୍ତି ଯେ ପରୀକ୍ଷାମୂଳକ ଭାବେ ସେନା ତାଙ୍କ ଡ୍ରୋନକୁ ମଧ୍ୟ ବ୍ୟବହାର କରିଛି । ଯାହାର ନାମ 'ଦୂତ' ରଖିଛନ୍ତି ତିନି ବନ୍ଧୁ । ଏପରି ଖବର ସାମ୍ନାକୁ ଆସିବା ପରେ ଏହି ତିନି ଉଚ୍ଚଶିକ୍ଷିତ ବନ୍ଧୁଙ୍କ ଦେଶ ଓ ସେନା ପ୍ରତି ସମର୍ପିତ ଭାବନାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details