ETV Bharat Odisha

ଓଡିଶା

odisha

ETV Bharat / bharat

Rajasthan Gang War: ରାଜସ୍ଥାନରେ ଗ୍ୟାଙ୍ଗଓ୍ୱାରରେ 2 ମୃତ, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ରୁପ୍ - ରାଜସ୍ଥାନରେ ଗ୍ୟାଙ୍ଗଓ୍ବାରରେ ଦୁଇ ମୃତ

ରାଜସ୍ଥାନରେ ଗ୍ୟାଙ୍ଗଓ୍ବାର (2 killed in Sikar gang war shootout)। ଗ୍ୟାଙ୍ଗଷ୍ଚାର ରାଜୁ ଥେଟ ସହ ଅନ୍ୟ ଜଣେ ମୃତ । ସିସିଟିଭିରେ କଏଦ 4 ଅପରାଧୀ । ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

Rajasthan gang war : 2 ମୃତ, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
Rajasthan gang war : 2 ମୃତ, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
author img

By

Published : Dec 3, 2022, 6:19 PM IST

ଜୟପୁର:ରାଜସ୍ଥାନର ଶିକାରରେ ହୋଇଥିବା ଗ୍ୟାଙ୍ଗଓ୍ବାରରେ 2ଜଣଙ୍କ ମୃତ୍ୟୁ ହୋଇଛି (2 killed in Sikar gang war shootout)। ହତ୍ୟାର ଶିକାର ହୋଇଥିବା ମୃତକଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟାର ରାଜୁ ଥେଟ ମଧ୍ୟ ରହିଛି । ଏହି ଗ୍ୟାଙ୍ଗଓ୍ବାର ରାଜୁ ଗ୍ୟାଙ୍ଗ ଓ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟରେ ହୋଇଥିବା ଜଣାପଡିଛି । ଦୁଇଜଣଙ୍କ ମୃତ୍ୟୁ ନେଇ ନିଜକୁ ଦାୟୀ କରିଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ( Lawrence Bishnoi group)।

ଲରେନ୍ସ ଗ୍ୟାଙ୍ଗର ସଦସ୍ୟ କୁହାଯାଉଥିବା ରୋହିତ ଗୋଦାରା ନାମକ ଜଣେ ଅପରାଧୀ ଲରେନ୍ସ ଗୋଷ୍ଠୀ ଦ୍ବାରା ଏହି ହତ୍ୟକାଣ୍ଡ ଘଟାଯାଇଥିବା ଫେସବୁକ ପୋଷ୍ଟରେ ସୂଚନା ଦେଇଛି । ରାଜସ୍ଥାନର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲ ସିଂର ଏନକାଉଣ୍ଟରରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜୁକୁ ହତ୍ୟା କରାଯାଇଥିବା ଉକ୍ତ ଫେସବୁକ ପୋଷ୍ଟରେ ଉଲ୍ଲେଖ ରହଛି । ସୂଚନାଯୋଗ୍ୟ ଯେ ଆନନ୍ଦପାଲ ସିଂକୁ ପୋଲିସ ଏନକାଉଣ୍ଟର କରି ମାରିଥିଲା । ଅନ୍ୟପଟେ ରାଜୁ ଥେଟର ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ହତ୍ୟାକାରୀଙ୍କୁ ନଧରିବା ଯାଏ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡୁ ନାହାନ୍ତି ରାଜୁ ଥେଟର ସମର୍ଥକ । ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ଶିକାର ଏସ.ପି କହିଛନ୍ତି, ଆଜି ହୋଇଥିବା ଗ୍ୟାଙ୍ଗଓ୍ବାରରେ ରାଜୁ ଥେଟ ନାମକ ଅପରାଧିକ ରେକର୍ଡ ଥିବା ଜଣେ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ସେଠାରେ ତାର ମୃତ୍ୟୁ ହୋଇଛି । ସେହିପରି ଅନ୍ୟଜଣେ ମୃତକଙ୍କ ନାମ ତାରାଚାନ୍ଦ ଜାଟ୍ଟ । ସେ ତାଙ୍କ ଝିଅଙ୍କୁ ଭେଟିବାକୁ ଆସିଥିବା ବେଳେ ଗୁଳିମାଡର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଛି । ଗ୍ୟାଙ୍ଗଓ୍ବାର ସମୟର ସିସିଟିଭି ଫୁଟେଜ ମଧ୍ୟ ମିଳିଛି । ଯେଉଁଥିରେ ହାତରେ ମାରଣାସ୍ତ୍ର ଧରିଥିବା 4 ଅପରାଧୀ ଦେଖାଯାଇଛନ୍ତି । ସିସିଟିଭି ଆଧାରରେ ସେମାନଙ୍କୁ ଚିହ୍ନଟ ଓ ଗିରଫ ପାଇଁ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ସେମାନଙ୍କୁ ଧରାଯିବା ନେଇ ଏସପି ସୂଚନା ମଧ୍ୟ ଦେଇଛନ୍ତି ।

ଘଟଣାସମ୍ପର୍କରେ ରାଜସ୍ଥାନ ପୋଲିସ ଡି.ଜି ଉମେଶ ମିଶ୍ର ଖବର ସରବରାହ ସଂସ୍ଥା ଏନଏନଆଇକୁ ଦେଇଥିବା ସୂଚନା ଅନୁସାରେ, ଗ୍ୟାଙ୍ଗଓ୍ବାର ପରେ ଅପରାଧୀମାନେ ହରିୟାଣା ସୀମା ଦେଇ ଖସିଯିବାକୁ ଉଦ୍ୟମ କରିଥାଇ ପାରନ୍ତି । ସେମାନଙ୍କୁ ଧରିବା ପାଇଁ ଏକାଧିକ ପୋଲିସ ଟିମ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details