ଓଡିଶା

odisha

ETV Bharat / bharat

ରାଜସ୍ଥାନର କରୌଲିରେ ଦୂଷିତ ପାଣି ପିଇ ଶତାଧିକ ଅସୁସ୍ଥ

ରାଜସ୍ଥାନ କରୌଲିରେ କୂଅରୁ ଦୂଷିତ ପାଣି ପିଇ ୧୧୯ ଅସୁସ୍ଥ । ସେମାନଙ୍କ ମଧ୍ୟରୁ ୪୩ ଜଣ ମହିଳା ଥିବାବେଳେ ୩୯ ଜଣ ଶିଶୁ ରହିଛନ୍ତି । ଅଧିକ ପଢନ୍ତୁ

କରୌଲିରେ ଦୂଷିତ ପାଣି ପିଇ ୧୧୯ ଅସୁସ୍ଥ:ଗୋଟଏ ଶର୍ଯ୍ୟାରେ ଚିକିତ୍ସିତ ହେଉଛନ୍ତି ୩-୬ ଆକ୍ରାନ୍ତ
କରୌଲିରେ ଦୂଷିତ ପାଣି ପିଇ ୧୧୯ ଅସୁସ୍ଥ:ଗୋଟଏ ଶର୍ଯ୍ୟାରେ ଚିକିତ୍ସିତ ହେଉଛନ୍ତି ୩-୬ ଆକ୍ରାନ୍ତ

By

Published : Jun 3, 2022, 5:22 PM IST

ଜୟପୁର: ରାଜସ୍ଥାନ କରୌଲିରେ (Karauli) କୂଅରୁ ଦୂଷିତ ପାଣି ପିଇ ୧୧୯ ଅସୁସ୍ଥ । ସେମାନଙ୍କ ମଧ୍ୟରୁ ୪୩ ଜଣ ମହିଳା ଥିବା ବେଳେ ୩୯ ଜଣ ଶିଶୁ ରହିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ କାରନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରାଜସ୍ଥାନର କାରନପୁର ଥାନା ଅଞ୍ଚଳରେ ରହିଛି ସୀମାରା ଗାଁ(Simara) । ଏହି ଗାଁର ଲୋକେ ସାଧାରଣର କୂଅ ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରିଥାନ୍ତି ।

ହେଲେ ଗ୍ରାମବାସୀ ଏ କୂଅର ଜଳକୁ ବ୍ୟବହାର କରି ଅସୁସ୍ଥ ହେବା ଖବର ପ୍ରଘଟ ହେବା ପରେ ଗାଁରେ ପହଞ୍ଚି ଥିଲା ମେଡିକାଲ ଟିମ୍ । ଏହାସହ ଯାଞ୍ଚ ପାଇଁ କୂଅର ପାଣିକୁ ନିଆଯାଇଥିଲା । କୂଅର ପାଣିରେ କିଛି ପୋକ ପଡିଥିବାରୁ ଏହା ଦୂଷିତ ହୋଇଯାଇଥିଲା । ତେବେ, ଏ ଦୂଷିତ ଜଳକୁ ବ୍ୟବହାର କରି ଗାଁ ଲୋକ ରୋଗରେ ପଡିଥିବା କହିଛି ଡାକ୍ତରୀ ଟିମ୍ ।

ସେପଟେ, କୂଅର ଦୂଷିତ ପାଣି ନ ପିଇବା ସହ ସ୍ବଚ୍ଛତା ରକ୍ଷା କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି CMHO ଡାକ୍ତର ଦୀନେଶ ଚନ୍ଦ୍ର ମୀନା । ବର୍ତ୍ତମାନ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ଓ୍ବାଟର ଟ୍ୟାଙ୍କର ଉପଲବ୍ଧ ହେଉଛି । ଗାଁରେ ରୋଗୀ ଭଲ ନ ହେବା ଯାଏଁ ଡାକ୍ତରୀ ଦଳ ଗାଁରେ ରହିବ । ସ୍ବାସ୍ଥ୍ୟ କେନ୍ଦ୍ରରେ ଶର୍ଯ୍ୟା ଅଭାବରୁ ଗୋଟିଏ ଶର୍ଯ୍ୟାରେ ୩ରୁ ୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ABOUT THE AUTHOR

...view details