ଓଡିଶା

odisha

ETV Bharat / bharat

ପାକିସ୍ତାନକୁ ସପୋର୍ଟ କରିଥିଲେ, ଏବେ Sorry କହିଲେ... - ହ୍ବାଟ୍ସ ଆପ ଷ୍ଟାଟସ

ମହଙ୍ଗା ପଡିଲା ସୋସିଆଲ ମଡିଆରେ ପାକିସ୍ତାନକୁ ପ୍ରଶଂସା । କାର୍ଯ୍ୟରୁ ବହିଷ୍କାର ପରେ କ୍ଷମା ମାଗିଲେ ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ...

ପାକିସ୍ତାକୁ ପ୍ରଶଂସା କରି କାର୍ଯ୍ୟରୁ ବହିଷ୍କାର ପରେ କ୍ଷମା ମାଗିଲେ ଶିକ୍ଷୟିତ୍ରୀ
ପାକିସ୍ତାକୁ ପ୍ରଶଂସା କରି କାର୍ଯ୍ୟରୁ ବହିଷ୍କାର ପରେ କ୍ଷମା ମାଗିଲେ ଶିକ୍ଷୟିତ୍ରୀ

By

Published : Oct 28, 2021, 10:58 AM IST

ଜୟପୁର: ମହଙ୍ଗା ପଡିଲା ସୋସିଆଲ ମଡିଆରେ ପାକିସ୍ତାନକୁ ପ୍ରଶଂସା । ହ୍ବାଟ୍ସ ଆପ ଷ୍ଟାଟସରେ ପାକିସ୍ତାନ ଫଟୋ ରଖି କାର୍ଯ୍ୟରୁ ବହିଷ୍କାର ହେଲେ ରାଜସ୍ଥାନ ଉଦୟପୁରର ଜଣେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ । ବହିଷ୍କାର ପରେ ଦେଶବାସୀଙ୍କୁ କ୍ଷମା ମାଗିଲେ ଶିକ୍ଷୟିତ୍ରୀ ନାଫିସା ଅଟାରୀ ।

ସମ୍ପୂର୍ଣ୍ଣ ଘଟଣା ଥିଲା ଏମିତି ...

ଗତ ରବିବାର ଭାରତ ପାକିସ୍ତାନ ମଧ୍ୟରେ ହୋଇଥିଲା ଟି୨୦ ବିଶ୍ବକପ ମ୍ୟାଚ । ଏହି ମ୍ୟାଚରେ ପାକିସ୍ତାନର ବିଜୟ ପରେ ରାଜସ୍ଥାନର ଜଣେ ଶିକ୍ଷୟିତ୍ରୀ ନିଜ ହ୍ବାଟ୍ସଆପ ଷ୍ଟାଟସରେ ପାକିସ୍ତାନର ଏକ ଫଟୋ ରଖି 'ଉଇ ଓନ' ବୋଲି କ୍ୟାପସନରେ ଲେଖିଥିଲେ । ଏହି ପୋଷ୍ଟ ଭାଇରାଲ ହେବାପରେ ଶିକ୍ଷୟିତ୍ରୀ ନିନ୍ଦା କରାଯିବା ସହ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ଏହାପରେ ଶିକ୍ଷୟିତ୍ରୀ ଜଣଙ୍କ ଏକ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ କୌଣସି ଭାରତୀୟଙ୍କୁ ମୁଁ ଆଘାତ କରିବାକୁ ଚାହୁଁ ନାହିଁ ।

ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲୁଥିବା ବେଳେ ଆମ ଘରେ ମଧ୍ୟରେ ୨ଟି ଟିମ୍ ହୋଇଥିଲା । ଗୋଟିଏ ଟିମ୍ ଭାରତକୁ ସପୋର୍ଟ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ପାକିସ୍ତାନକୁ ସପୋର୍ଟ କରୁଥିଲେ । ମ୍ୟାଚରେ ପାକିସ୍ତାନ ବିଜୟୀ ହେବା ପରେ ମୁଁ ପାକିସ୍ତାନ ଖେଳାଳୀଙ୍କ ଏକ ଫଟୋ ଷ୍ଟାଟସରେ ରଖିଥିଲି । ଏହାପରେ ମୋତେ ଏହି ଫଟୋରେ ଜଣେ କମେଣ୍ଟ କରିଥିଲେ ଆପଣ ପାକିସ୍ତାନକୁ ସପୋର୍ଟ କରୁଛନ୍ତି କି । ଉତ୍ତରରେ ମୁଁ ମଜାକରେ ହଁ କରି ଏକ ଇମୋଜି ଦେଇଥିଲି । ତା ମାନେ ନୁହଁ ମୁଁ ପାକିସ୍ତାନକୁ ସପୋର୍ଟ କରୁଛି । ମୁଁ ଜଣେ ଭାରତୀୟ ମୁଁ ଭାରତୀୟଙ୍କୁ ହିଁ ସପୋର୍ଟ କରୁଛି ବୋଲି ଶିକ୍ଷୟିତ୍ରୀ ଜଣଙ୍କ ଭିଡିଓରେ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ସମୟ ପରେ ମୁଁ ମଧ୍ୟ ଅନୁଭବ କଲି ମୁଁ ଭୁଲ କରିଛି ଏହାପରେ ମୁଁ ଷ୍ଟାଟସ ଡିଲିଟ କରିଦେଇଥିଲି ।

ABOUT THE AUTHOR

...view details