ଓଡିଶା

odisha

ପଦ୍ମଭୂଷଣ ପଣ୍ଡିତ ରାଜନ ମିଶ୍ରଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ

By

Published : Apr 25, 2021, 10:10 PM IST

ନିଜର ମିଠା ସ୍ବରରେ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିବା ପଣ୍ଡିତ ରାଜନ ମିଶ୍ରଙ୍କ ପରଲୋକ । ରାଜନଙ୍କ ଦେହାନ୍ତରେ ରାଜନ-ସାଜନ ନାଁରେ ପରିଚିତ ସଙ୍ଗୀତଜ୍ଞ ଯୋଡି ଆଜି ଭାଙ୍ଗିଯାଇଛି । ଅଧିକ ପଢନ୍ତୁ...

ପଦ୍ମଭୂଷଣ ପଣ୍ଡିତ ରାଜନ ମିଶ୍ରଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ
ପଦ୍ମଭୂଷଣ ପଣ୍ଡିତ ରାଜନ ମିଶ୍ରଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ

ନୂଆଦିଲ୍ଲୀ: ଶାସ୍ତ୍ରୀୟ ସଙ୍ଗୀତରେ ନୈପୁଣ୍ୟ । ନିଜର ମିଠା ସ୍ବରରେ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଥିବା ପଣ୍ଡିତ ରାଜନ ମିଶ୍ରଙ୍କ ପରଲୋକ । ରାଜନଙ୍କ ଦେହାନ୍ତରେ ରାଜନ-ସାଜନ ନାଁରେ ପରିଚିତ ସଙ୍ଗୀତଜ୍ଞ ଯୋଡି ଆଜି ଭାଙ୍ଗିଯାଇଛି ।

ପଦ୍ମଭୂଷଣ ପଣ୍ଡିତ ରାଜନ ମିଶ୍ରଙ୍କ କୋରୋନା ସଂକ୍ରମଣ ଥିବାବେଳେ ତାଙ୍କୁ ହୃଦଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରବିବାର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋସିଆଲ ମିଡିଆରେ କିଛି ସଙ୍ଗୀତପ୍ରେମୀ ତାଙ୍କ ଚିକିତ୍ସା ପାଇଁ ଶଯ୍ୟା ଏବଂ ଅମ୍ଳଜାନର ସାହାଯ୍ୟ ଲୋଡିଥିଲେ।

ବହୁ ପରିଶ୍ରମ ପରେ ମିଶ୍ରଙ୍କୁ ସେଣ୍ଟ ଷ୍ଟିଫେନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପଣ୍ଡିତ ରାଜନ ମିଶ୍ରଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଥିବା କୁହାଯାଉଛି । ରାଜନ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details