ଓଡିଶା

odisha

ETV Bharat / bharat

ମଲାଡ ବଙ୍ଗଳାରେ ଲୁଚିଛି କୁନ୍ଦ୍ରାଙ୍କ କଳାଧନ୍ଧା, ଏଇଠି ଚାଲିଥିଲା Porn Film ସୁଟିଂ - ମଲାଡ ବଙ୍ଗଳା

ବିଳାସପୂର୍ଣ୍ଣ ବଙ୍ଗଳାରେ ସୁଟିଂ ହେଉଥିଲା ପର୍ଣ୍ଣ । ଆଉ ଆପରେ ପବ୍ଲିସ କରି ସେଥିରୁ ରୋଜଗାର କରୁଥିଲେ କୋଟିକୋଟି ଟଙ୍କା । ତେବେ କେଉଁଠି ଲୁଚି ରହିଛି ଏହି କୁନ୍ଦ୍ରାଙ୍କ କଳାକାରନାମା ? ଅଧିକ ପଢନ୍ତୁ...

ମଲାଡ ବଙ୍ଗଳାରେ ଲୁଚିଛି କୁନ୍ଦ୍ରାଙ୍କ କଳାକାରନାମା, ଏଇଠି ଚାଲିଥିଲା Porn Film ସୁଟିଂ
ମଲାଡ ବଙ୍ଗଳାରେ ଲୁଚିଛି କୁନ୍ଦ୍ରାଙ୍କ କଳାକାରନାମା, ଏଇଠି ଚାଲିଥିଲା Porn Film ସୁଟିଂ

By

Published : Jul 21, 2021, 10:26 PM IST

ମୁମ୍ବାଇ:ଗିରଫ ପରେ ଖୋଲୁଛି ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଡାର୍ଟି ପିକଚରର ରାଜ । ବଲିଉଡ ଭଳି ପର୍ଣ୍ଣ ବିଜନେସକୁ ବଡ କରିବାକୁ ଯୋଜନା ରଖିଥିଲେ ଗିରଫ ରାଜ କୁନ୍ଦ୍ରା । ବିଳାସପୂର୍ଣ୍ଣ ବଙ୍ଗଳାରେ ସୁଟିଂ ହେଉଥିଲା ପର୍ଣ୍ଣ । ଆଉ ଆପରେ ପବ୍ଲିସ କରି ସେଥିରୁ ରୋଜଗାର କରୁଥିଲେ କୋଟିକୋଟି ଟଙ୍କା । ତେବେ କେଉଁଠି ଲୁଚି ରହିଛି ଏହି କୁନ୍ଦ୍ରାଙ୍କ କଳା କାରନାମା ? କେତେଯାଏଁ ଲମ୍ବିଛି ଏହାର ତାର ? ତମାମ ପ୍ରଶ୍ନ ମଧ୍ୟରେ ପର୍ଣ୍ଣୋଗ୍ରାଫି ମାମଲାରେ ସାମ୍ନାକୁ ଆସୁଛି ମୁମ୍ବାଇ ମଲାଡ ସ୍ଥିତ ଏକ ବଙ୍ଗଳା ।

ଫେବୃଆରୀ ୨୦୨୧ରେ ମାଲୱଣୀ ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରେଜିଷ୍ଟର କରିଥିଲା ଏକ ମାମଲା । ତଦନ୍ତ ସମୟରେ ଅନେକ କଥା ସାମ୍ନାକୁ ଆସିଥିଲା । ମହିଳାଙ୍କୁ କାମ ଦେବା ନାଁରେ ବୋଲ୍ଡ ସିନ୍‌ କରିବାକୁ କହୁଥିଲେ ଏଥିରେ ଜଡିତ ବ୍ରୋକର । ପରେ ଏହା ସେମି ନ୍ୟୁଡ୍‌ ଆଡକୁ ବଢିଚାଲିଲା । ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି ମୁମ୍ବାଇ ପୋଲିସ ।

ମୁ୍ମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ପର୍ଣ୍ଣୋଗ୍ରାଫିର ଏହି ମାମଲାରେ ଗ୍ୟାଙ୍ଗର ଛାନଭିନ କରୁଥିବା ସମୟରେ ସାମ୍ନାକୁ ଆସିଥିଲା ରାଜ କୁନ୍ଦ୍ରାଙ୍କ ନାଁ । ମଲାଡ ପଶ୍ଚିମରେ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ଅଶ୍ଳୀଳ ଫିଲ୍ମ ସୁଟିଂ ନେଇ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚକୁ ମିଳିଥିଲା ଗୁପ୍ତ ସୂଚନା । ଆଉ ଏହି ସୂଚନା ଆଧାରରେ କ୍ରାଇମବ୍ରାଞ୍ଚ ସେହି ବଙ୍ଗଳାରେ କରିଥିଲା ଚଢାଉ ।

ଅଶ୍ଳୀଳ ଫିଲ୍ମ ସୁଟିଂ ପାଇଁ ତିଆରି ହୋଇଥିଲା Hotshot ନାଁରେ ଏକ ଆପ । ବଡ ଫିଲ୍ମରେ ରୋଲ୍‌ ଦେବା ନାଁରେ କରାଯାଉଥିଲା ଯୁବତୀଙ୍କର ଟ୍ୟାପିଂ । ଯୁବତୀଙ୍କୁ ଅଶ୍ଳୀଳ ଫିଲ୍ମରେ କାମ କରିବାକୁ ବାଧ୍ୟ କରୁଥିଲେ ରାଜ । ଫିଲ୍ମ ତିଆରି ପରେ ଆପ ଆଉ OTT ପ୍ଲାଟଫର୍ମରେ କରାଯାଉଥିଲା କଣ୍ଟେଣ୍ଟ ରିଲିଜ । ଆଉ ଏସବୁ କଳାକାରନାମା ରଚିବାକୁ ଚୟନ ହୋଇଥିଲା ମୁମ୍ବାଇ ମଲାଡ ୱେଷ୍ଟ୍‌ରେ ଭଡାରେ ନିଆଯାଇଥିବା ଏକ ବିଳାସପୂର୍ଣ୍ଣ ବଙ୍ଗଳା ।

ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚର ଚଢାଉ ସମୟରେ ବଙ୍ଗଳାରେ ଚାଲିଥିଲା ଅଶ୍ଳୀଳ ଫିଲ୍ମର ସୁଟିଂ । ଚଢାଉବେଳେ ଏହି ବଙ୍ଗଳାରୁ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ୫ ଜଣଙ୍କ ଗିରଫ ପରେ ବୟାନ ଆଧାରରେ ମୁମ୍ବାଇ ପୋଲିସ ତଦନ୍ତ ଆଗକୁ ନେଇଥିଲା, ଯାହାଫଳରେ ବନ୍ଧାହୋଇଥିଲେ ରାଜ ।

ABOUT THE AUTHOR

...view details