ଓଡିଶା

odisha

ETV Bharat / bharat

ୟୁନିଫର୍ମ ସିଭିଲ କୋଡରୁ ନିର୍ବାଚନୀ ଫାଇଦା ଚାହୁଁଛି ବିଜେପି: ବିକ୍ରମାଦିତ୍ୟ ସିଂ - ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ ଦେବ ହିମାଚଳ ପ୍ରଦେଶ

ବର୍ତ୍ତମାନ ସମୟରେ ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗକୁ ସାମ୍ନାକୁ ଆଣି ନିର୍ବାଚନ ଫାଇଦା ଚାହୁଁଛି ବିଜେପି । ମଣିପୁର ହିଂସା ସମେତ ଅନ୍ୟ ପ୍ରସଙ୍ଗରୁ ଦେଶବାସୀଙ୍କ ନଜର ହଟାଇବା ପାଇଁ ଏହା ବିଜେପିର ପ୍ରାୟୋଜିତ ନିର୍ବାଚନୀ ଯୋଜନା କହିଲେ ବିକ୍ରମାଦିତ୍ୟ ସିଂ । ଅଧିକ ପଢନ୍ତୁ

ୟୁନିଫର୍ମ ସିଭିଲ କୋଡରୁ ନିର୍ବାଚନ ଫାଇଦା ଚାହୁଁଛି ବିଜେପି: ବିକ୍ରମାଦିତ୍ୟ ସିଂ
ୟୁନିଫର୍ମ ସିଭିଲ କୋଡରୁ ନିର୍ବାଚନ ଫାଇଦା ଚାହୁଁଛି ବିଜେପି: ବିକ୍ରମାଦିତ୍ୟ ସିଂ

By

Published : Jul 1, 2023, 10:36 PM IST

ଶିମଲା:ୟୁନିଫର୍ମ ସିଭିଲ କୋଡକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିବାର ମାତ୍ର ଗୋଟିଏ ଦିନ ପରେ କେନ୍ଦ୍ରର ବିଜେପି ସରକାରକୁ କଡା ଟାର୍ଗେଟ କରିଛନ୍ତି ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ । ଏବେ ଏହି ଆଇନକୁ ଲାଗୁ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିବା ବିଜେପିର ପ୍ରାୟୋଜିତ ନିର୍ବାଚନୀ ରଣନୀତି । ଦେଶର ଏକାଧିକ ଅନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ପ୍ରୟାସ କରାଯାଉଛି । ଏହା ବିଜେପିର ପୁରୁଣା ନିର୍ବାଚନୀ ଚାଲ ବୋଲି କହିଛନ୍ତି ମନ୍ତ୍ରୀ ବିକ୍ରମାଦିତ୍ୟ ।

ଆଜି ଅପରାହ୍ନରେ ସେ ପ୍ରେସମିଟ କରି ଏହି ପ୍ରସଙ୍ଗ ଉଠାଇବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ଏବେ ମଣିପୁରରେ ହିଂସା ଜାରି ରହିଛି । ବରୋଜଗାରି ଓ ଅନ୍ୟ ସମସ୍ୟା ମଧ୍ୟ ରହିଛି । ହେଲେ ଏହି ତମାମ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ପ୍ରୟାସ କରୁଛି । ଏବେ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଜଳୁଛି, ହେଲେ କେନ୍ଦ୍ର ସରକାର ସେ ପ୍ରସଙ୍ଗ ଉଠାଉନାହାନ୍ତି । ଗତ 9 ବର୍ଷ ଧରି କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ସରକାର ଶାସନରେ ରହିଛି । ହେଲେ ସେମାନେ ଏହି ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ଉପରେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରୁନଥିଲେ । ଏବେ ନିର୍ବାଚନ ଆସୁଥିବାରୁ ଏହାର ଲାଭ ନେବା ପାଇଁ ଏହାକୁ ଲାଗୁ ପ୍ରକ୍ରିୟା ଆରମ୍ଭ କରାଯାଉଥିବା ବିକ୍ରମାଦିତ୍ୟ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ପୂର୍ବରୁ ମଧ୍ୟ ବିଜେପି ନିର୍ବାଚନ ଏପରି ପ୍ରସଙ୍ଗ କାର୍ଡ ଖେଳିସାରିଛି । ଭୋଟ ହାସଲ କରିବା ପାଇଁ ବିଜେପି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ, କାଶ୍ମୀରରୁ ଧାରା-370 ଉଚ୍ଛେଦ, ଅଯୋଧ୍ୟା ରାମ ମନ୍ଦିର ପରି ପ୍ରସଙ୍ଗକୁ ସାମ୍ନାକୁ ଆଣିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏବେ ମଣିପୁର ଜଳୁଛି । ସେଠାରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏପରି ସ୍ଥିତିରେ ଜରୁରୀ ପରିସ୍ଥିତି ମଧ୍ୟ ଘୋଷଣା କରାଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ବିକ୍ରମାଦିତ୍ୟ ।

ଏହା ମଧ୍ୟ ପଢନ୍ତୁ:-Uniform Civil Code: ଆଜି କଂଗ୍ରେସ ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପ ବୈଠକ

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଏହି ବିଲ ଆସିବ, ସେତେବେଳେ ତାକୁ କଂଗ୍ରେସ ସମର୍ଥନ କରିବ । କଂଗ୍ରେସ ସବୁବେଳେ ଦେଶର ଏକତା ଓ ଅଖଣ୍ଡତା ପ୍ରତି ପ୍ରତିଶୃତିବଦ୍ଧ । ଏହି ବିଲକୁ ମଧ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବା ନେଇ ସେ ସୂଚନା ଦେଇଛନ୍ତି । ଦଳ ଏହି ପ୍ରସଙ୍ଗର ସମର୍ଥନ ଦେଲେ ସୁଦ୍ଧା ସେ ଏହି ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ରାଜନୀତି କରାଯାଉଥିବା ଓ କେବଳ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗକୁ ସାମ୍ନାକୁ ଅଣାଯାଇଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details