ନୂଆଦିଲ୍ଲୀ:ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନରଓ୍ବେ ବୈଦେଶିକ ମନ୍ତ୍ରୀଅନ୍ନିକେନ୍ ହୁଇଟଫେଲ୍ଡ । ଏପ୍ରିଲ୍ 25 ରୁ 27 ତାରିଖ ମଧ୍ୟରେ ହେବାକୁ ଥିବା ରାଇସିନା ଡାଇଲଗ (Raisina dialogue)ରେ ସେ ଅଂଶଗ୍ରହଣ କରିବେ । ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ନେଇ ନୂଆ ଦିଲ୍ଲୀରେ ଅବସ୍ଥାପିତ ନରୱେ ଦୂତାବାସ ଏକ ବିବୃତ୍ତିରେ ସୂଚନା ଦେଇଛି । ନରୱେ ଓ ଭାରତ ମଧ୍ୟରେ ଶକ୍ତି, ଜଳବାୟୁ ଏବଂ ପରିବେଶ କ୍ଷେତ୍ରରେ ମିଳିତ ସହଯୋଗ ରହିଛି ।
Raisina Dialogue: 25ରୁ ଭାରତ ଆସିବେ ନରଓ୍ୱେ ବୈଦେଶିକ ମନ୍ତ୍ରୀ - ଭାରତ ଆସିବେ ନରଓ୍ବେ ବୈଦେଶିକ ମନ୍ତ୍ରୀ
25ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନରଓ୍ବେ ବୈଦେଶିକ ମନ୍ତ୍ରୀ ଅନ୍ନିକେନ୍ ହୁଇଟଫେଲ୍ଡ । ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବା ନେଇ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Raisina dialogue: 25ରୁ ଭାରତ ଆସିବେ ନରଓ୍ବେ ପ୍ରଧାନମନ୍ତ୍ରୀ
ଏଥିସହ ନରୱେ ଏବଂ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରହିଛନ୍ତି । ନରୱେ ଏବଂ ଭାରତ ଜଳବାୟୁ ଏବଂ ପରିବେଶ ପ୍ରସଙ୍ଗ କ୍ଷେତ୍ରରେ ମଧ୍ୟ ସମାନ ଆଭିମୁଖ୍ୟ ପୋଷଣ କରିଆସିଛନ୍ତି । ଏହି କ୍ଷେତ୍ରରେ ଅକ୍ଷୟ ଶକ୍ତି ଏବଂ ହାଇଡ୍ରୋଜେନ ଉତ୍ପାଦନର ମଧ୍ୟ ଦୁଇ ଦେଶ ସହଭାଗୀତା ଜାରି ରଖିଛନ୍ତି । ବୈଦେଶିକ ମନ୍ତ୍ରୀଅନ୍ନିକେନ୍ ହୁଇଟଫେଲ୍ଡ ଗସ୍ତ ସମୟରେ Raisina dialogueରେ ଅଂଶଗ୍ରହଣ କରିବା ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ