ରାୟପୁର: କୋରୋନାର କଠିନ ସମୟରେ ପ୍ରତିଟି ଗଳିକନ୍ଦି ଛକରେ ଛଞ୍ଚାଣ ଭଳି ଜଗିରହିଥାଏ ଖାକି । ଅମାନିଆଙ୍କୁ ଅଟକାଇ ସଚେତନ ବି କରାଉଛି । ଦିନରାତି-ଖରା ବର୍ଷା ଭୋକଶୋଷ ଭୁଲି ସେ ଆମକୁ ସୁରକ୍ଷା ଦେଇଥାଏ । ସେ ଅଛି ସେଥିପାଇଁ ଆମେ ରାତିରେ ଶାନ୍ତିରେ ଶୋଇପାରୁଛୁ । ଏପରିକି ସଙ୍କଟର ଏଭଳି ସମୟରେ କୌଣସି ଲୋକ ଯେପରି ଭୋକିଲା ନ ରହିବ , ତାର ଧ୍ୟାନ ବି ରଖୁଛି ଏଠାକାର ପୋଲିସ ।
ଛତିଶଗଡ ରାଜଧାନୀ ରାୟପୁରର ଗୋକୁଲ ନଗରର ପ୍ରୟାସ ବିଦ୍ୟାଳୟରେ ‘ଖାନା ଚୌକି ’ ଅର୍ଥାତ ଖାଦ୍ୟ ଫାଣ୍ଡି ଆରମ୍ଭ କରିଛି ପୋଲିସ ।
ଟିକରପଡା ପୋଲିସ ଷ୍ଟେସନର କନେଷ୍ଟବଳ ମହେଶ ନେତାମ କହିଛନ୍ତି କି, ଆମେ ଦେଖିଲୁ କି ଦିନ ମଜରୁଆଙ୍କ ପାଇଁ ଲକଡାଉନ ସମୟ ଅତ୍ୟନ୍ତ ବିକଟାଳ ହୋଇଛି । ଆମର ମଧ୍ୟ ହୃଦୟ ରହିଛି । ଆମ ମଧ୍ୟରେ ବି ମାନବତା ଅଛି । ଏହାକୁ ଦୃଷ୍ଟିରେ ରଖି ଆମେ ଖାଇବା ଚୌକି ନାଁ ରେ ଏକ ସଂସ୍ଥା ଆରମ୍ଭ କରିଲୁ । ଯେଉଁ ଅଭାବୀ ଲୋକ ରହିଛନ୍ତି, ଅସହାୟ ଅଛନ୍ତି । ଫୁଟପାଥରେ ଶୁଅନ୍ତି , ବିଲ୍ଡିଂ କାମ କରନ୍ତି , ଶ୍ରମିକ ଓ ଗରିବ ଲୋକ । ସେମାନଙ୍କ ପାଇଁ ମାଗଣାରେ 500 ପ୍ୟାକେଟ ଖାଦ୍ୟ ତିଆରି କରୁଛୁ । ସକାଳ-ସନ୍ଧ୍ୟା 500-500 କରି ହଜାରେ ପ୍ୟାକେଟ ଖାଦ୍ୟ ପ୍ରସ୍ତୁତ ହୁଏ । ପୋଲିସ ଗାଡି ଓ ପ୍ରାଇଭେଟ ଭେଇକଲରେ ଖାଦ୍ୟ ଅଭାବୀଙ୍କ ପାଖରେ ପହଞ୍ଚାଯାଏ ।
ଏ ପ୍ରୟାସ ବିଦ୍ୟାଳୟର ପିଲାମାନେ ମଧ୍ୟ ପୋଲିସ କର୍ମୀଙ୍କୁ ଏହି କାମରେ ପୂରା ସହଯୋଗ କରୁଛନ୍ତି । ଏହି ଚୌକିରେ ଅସହାୟ ଭୋକିଲାଙ୍କ ପାଇଁ ଖାଇବା ପ୍ରସ୍ତୁତ କରାଯାଏ । ଏହି କାମରେ 10 ପୋଲିସକର୍ମୀ, ଖାଦ୍ୟ ତିଆରି ଠାରୁ ଆରମ୍ଭ କରି ତାର ପ୍ୟାକିଙ୍ଗ ଓ ବଣ୍ଟନରେ ଲାଗିଛନ୍ତି ।