ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଅକ୍ସିଜେନର ଆବଶ୍ୟକତା ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ଅନେକ ହସ୍ପିଟାଲରୁ ଅକ୍ସିଜେନ ଅଭାବ ଥିବା ଖବର ସାମ୍ନାକୁ ଆସୁଛି । ସଙ୍କଟର ଏହି ସମୟରେ ପୁନର୍ବାର ସହଯୋଗର ହାତ ବଢାଇଛି ଭାରତୀୟ ରେଳବାଇ ।
କୋରୋନା ସଙ୍କଟ ମଧ୍ୟରେ ଦେଶରେ ଚାଲିବ ଅକ୍ସିଜେନ ଟ୍ରେନ - କୋରୋନା ସଙ୍କଟ
ଦେଶର ଅନେକ ହସ୍ପିଟାଲରୁ ଅକ୍ସିଜେନ ଅଭାବ ଥିବା ଖବର ସାମ୍ନାକୁ ଆସୁଛି । ସଙ୍କଟର ଏହି ସମୟରେ ପୁନର୍ବାର ସହଯୋଗର ହାତ ବଢାଇଛି ଭାରତୀୟ ରେଳବାଇ । ଅଧିକ ପଢନ୍ତୁ...
ଅକ୍ସିଜେନ ଏକ୍ସପ୍ରେସୱେ ନାଁରେ ଟ୍ରେନ ଚଳାଇବାକୁ ଘୋଷଣା କରିଛି ଭାରତୀୟ ରେଲୱେ । ଏହି ଖାସ ଟ୍ରେନଗୁଡିକର ଯାତାୟତରେ କୌଣସି ଅସୁବିଧା ନ ଉପୁଜୁ ସେଥିପାଇଁ ଗ୍ରୀନ କରିଡର ତିଆରି କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଦ୍ରୁତ ଗତିରେ ଅକ୍ସିଜେନ ଯୋଗାଣ ହୋଇପାରିବ ।
ରେଳ ମନ୍ତ୍ରଣାଳୟ ଟ୍ବିଟ କରି କହିଛି, ତରଳ ମେଡିକାଲ ଅକ୍ସିଜେନ (LMO) ଏବଂ ଅକ୍ସିଜେନ ସିଲିଣ୍ଡର ପରିବହନ ପାଇଁ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅକ୍ସିଜେନ ଏକ୍ସପ୍ରେସ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଅକ୍ସିଜେନ ଏକ୍ସପ୍ରେସର ଦ୍ରୁତ ଗତି ପାଇଁ ଗ୍ରୀନ କରିଡର ନିର୍ମାଣ କରାଯିବ ।