ETV Bharat Odisha

ଓଡିଶା

odisha

ETV Bharat / bharat

Railway Luggage: ବିମାନ ଭଳି ରେଳରେ ନେଇପାରିବେନି ମାତ୍ରାଧିକ ଜିନିଷପତ୍ର, କରିବାକୁ ପଡିବ ଆଗୁଆ ବୁକିଂ - ରେଳବାଇର ନୂଆ ଲଗେଜ ନିୟମ

ରେଳ ଯାତ୍ରା ବେଳେ ମାତ୍ରାଧିକ ଲଗେଜ ନେବା ଉପରେ ବଢିଲା କଟକଣା । ଏଣିକି ପାର୍ସଲ କାର୍ଯ୍ୟାଳୟରେ କରିବାକୁ ହେବ ବୁକିଂ । ଟ୍ବିଟ ଯୋଗେ ସୂଚନା ଦେଲା ରେଳ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Railway Luggage: ଅଧିକ ଲେଗଜ ପାଇଁ ଆସିଲା ନିୟମ, ପାର୍ସଲ କାର୍ଯ୍ୟାଳୟରେ କରିବାକୁ ହେବ ବୁକିଂ
Railway Luggage: ଅଧିକ ଲେଗଜ ପାଇଁ ଆସିଲା ନିୟମ, ପାର୍ସଲ କାର୍ଯ୍ୟାଳୟରେ କରିବାକୁ ହେବ ବୁକିଂ
author img

By

Published : Jun 2, 2022, 6:02 PM IST

ନୂଆଦିଲ୍ଲୀ:ରେଳଯାତ୍ରାବେଳେ ଏଣିକି ଯାତ୍ରୀ ନେଇ ପାରିବେନି ମାତ୍ରାଧିକ ଲଗେଜ । ଯାତ୍ରା ସମୟରେ ଅଧିକ ଲଗେଜ ପାଇଁ ଦେବାକୁ ପଡିବ ଅତିରିକ୍ତ ଦେୟ । ଏନେଇ ରେଳ ମନ୍ତ୍ରଣାଳୟ ନୂଆ ନିୟମ ଆଣିଛି । ଏବେ ଯାତ୍ରୀ ସ୍ବାଭାବିକ ଠାରୁ ଅଧିକ ଲଗେଜ ସାଙ୍ଗରେ ନେଲେ ପାର୍ସଲ କାର୍ଯ୍ୟାଳୟରେ ବୁକିଂ କରିବାକୁ ପଡିବ ।

ଆଜି ମଧ୍ୟ ଟ୍ରେନରେ ଦୂର ଯାତ୍ରା କରିବା ପାଇଁ ଯାତ୍ରୀମାନେ ବେଶୀ ପସନ୍ଦ କରିଥାନ୍ତି । କାରଣ ଏଥିରେ ବିମାନ ଯାତ୍ରା ପରି ବିନା ପ୍ରତିବନ୍ଧିତ ଭାବେ ଅଧିକ ପରିମାଣର ଲଗେଜ ନେବାର ସ୍ବାଧୀନତା ରହିଥାଏ । ତେବେ ଟ୍ରେନ ଯାତ୍ରା ସମୟରେ ମାତ୍ରାଧିକ ଲଗେଜ ନେବା ଅନ୍ୟଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।

ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଅଧିକ ଲଗେଜ ଥିଲେ ପାର୍ସଲ କାଉଣ୍ଚରରେ ଲଗେଜ ବୁକ କରିବା ପାଇଁ ଯାତ୍ରୀଙ୍କୁ ପରାମର୍ଶ ଦେଇଛି । ଏନେଇ ରେଳ ମନ୍ତ୍ରଣାଳୟ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇ କହିଛି, ଅଧିକ ଲଗେଜ ସହ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ପାର୍ସଲ କାର୍ଯ୍ୟାଳୟରେ ନିଜ ଲଗେଜ ବୁକିଂ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details