ନୂଆଦିଲ୍ଲୀ: କୋରୋନା କାଳରେ ଦେଶର ଅର୍ଥନୀତି ବିଗିଡି ଯାଇଥିବା ବେଳେ ରେଳ ବିଭାଗ ରାଜସ୍ବ ଅର୍ଜନରେ ରେକର୍ଡ ସୃଷ୍ଟି କରିଛି । ସ୍କାର୍ପ ସେଲ ବା ଟିଣଲୁହା ବିକ୍ରିରେ ରେଳ ବିଭାଗ 4575 କୋଟି ଟଙ୍କା ରାଜସ୍ବ ଲାଭ କରିଥିବା ସୂଚନା ମିଳିଛି ।
ପୁରୁଣା ରେଳଲାଇନ ବଦଳାଇବା, ପୁରୁଣା ଇଞ୍ଜିନ, ଡବା ଆଦି ଗୁଡିକ ଟିଣଲୁହା ସାମଗ୍ରୀରୁ ତିଆରି ହୋଇଥାଏ । ବିଦ୍ୟୁତକରଣ, ଡିଜେଲ ଇଞ୍ଜିନ ଓ କାରଖାନା ଆଦି ନିର୍ମାଣରେ ମଧ୍ୟ ଟିଣଲୁହାର ବ୍ୟବହାର ହୋଇଥାଏ । ଏହି କ୍ଷେତ୍ରରୁ ରେଳ ବିଭାଗ ରାଜସ୍ବ ଲାଭ କମାଇଥାଏ । ତେବେ RTI ଆଇନ ଅନୁସାରେ ଏହି ରାଜସ୍ବ ସମ୍ପର୍କରେ ରେଳ ବିଭାଗକୁ ସୂଚନା ମଗାଯାଇଥିଲା । ତେବେ ଏହାର ଜବାବରେ ବିଭାଗ କହିଛି ଯେ 2020-21 ମସିହାରେ ବା କୋରୋନା କାଳରେ ମଧ୍ୟ ଏହି ଟିଣଲୁହା ବିକ୍ରିରେ ରାଜସ୍ବ ବଢିଛି । ପୂର୍ବ ବର୍ଷ ଅପେକ୍ଷା 5 ପ୍ରତିଶତ ଅଧିକ ରାଜସ୍ବ ସଂଗ୍ରହ ହୋଇଛି ବୋଲି ବିଭାଗ କହିଛି ।