ଓଡିଶା

odisha

ETV Bharat / bharat

ଇଞ୍ଜିନ ପରେ ବିହାରରେ ଟ୍ରେନ ଟ୍ରାକ ଚୋରି, 2 କିମି ରେଳ ଲାଇନ ନେଇ ଚମ୍ପଟ ଚୋର - ବିହାରରେ ଟ୍ରେନ ଟ୍ରାକ ଚୋରି

ବିହାରର ଚୋରଙ୍କ ଉତ୍ପାତ ଦେଖିବାକୁ ମିଳିଛି । ସମସ୍ତିପୁରରେ ରେଳ ଟ୍ରାକ ଚୋରି କରିଛନ୍ତି ଚୋର । ଏହି ଟ୍ରାକ ଚୋରି ଘଟଣା ଏବେ ଚର୍ଚ୍ଚାରେ । ଅଧିକ ପଢନ୍ତୁ

railway track stolen in bihar
ବିହାରରେ ଟ୍ରେନ ଟ୍ରାକ ଚୋରି

By

Published : Feb 6, 2023, 11:14 AM IST

ପାଟନା: ବିହାରରେ ଚୋରଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଚୋରି କଥା କହିଲେ ଆମ ମନକୁ ସାଧାରଣତଃ ସୁନାଗହଣା ଓ ଟଙ୍କା ଚୋରି କଥା ଆସିଥାଏ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବିହାରରେ ଟ୍ରେନ ଟ୍ରାକ ଚୋରି ହୋଇଛି । ବିହାର ସମସ୍ତିପୁରରେ ରେଳ ଟ୍ରାକ ଚୋରି କରିଛନ୍ତି ଚୋର । 2କିମି ରେଳ ଲାଇନ ଚୋରି କରି ଚୋର ଚମ୍ପଟ ମାରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।

ବିହାର ସମସ୍ତିପୁର ରେଳ ମଣ୍ଡଳରେ ଏହି ଘଟଣା ଘଟିଛି । ପୂର୍ବରୁ ରେଳ ଇଞ୍ଜିନ ଓ ମୋବାଇଲ ଟାୱାର ଚୋରି କି ନେଇଥିଲେ ଚୋର । ମାତ୍ର ଏବେ ରେଳ ଟ୍ରାକ ଚୋରି କରି ଚୋର ଛୁ ହୋଇଛନ୍ତି । ମାମଲାର ଅଧିକ ତଦନ୍ତ ଜାରି ରହିଛି । ଏଥିରେ କିଛି ରେଳ କର୍ମଚାରୀଙ୍କ ହାତ ଥିବା କୁହାଯାଉଛି । ସମସ୍ତିପୁର ରେଳ ମଣ୍ଡଳ ମୁତାବାକ ଲୋହଟ ଚିନି ମିଲ ପାଇଁ ପଣ୍ଡୋଲ ରେଳଷ୍ଟେସନରୁ ରେଳ ଲାଇନ ବିଛା ଯାଇଥିଲା । ଚିନି ମିଲ ଅନେକ ଦିନ ହେବ ବନ୍ଦ ଥିଲା । ମିନ ବନ୍ଦ ପଡିବାରୁ ରେଳ ଲାଇନ ମଧ୍ୟ ବନ୍ଦ ହୋଇଥିଲା । ଏହାର ଫାଇଦା ଉଠାଇଥିଲେ ଚୋର । ରେଳ କର୍ମଚାରୀଙ୍କ ସହ ମେଣ୍ଟ କରି 2 କିଲୋମିଟର ରେଳ ଲାଇନ ଚୋରି କରି ନେଇଥିବା ଜଣାପଡିଛି ।

ଏହା ବି ପଢନ୍ତୁ...JEE Main 2023: ଆଜି ପ୍ରକାଶ ପାଇପାରେ ଜେଇଇ ମେନ ପରୀକ୍ଷା ଫଳ

ମିଳିଥିବା ସୂଚନାଅନୁସାରେ, ରେଳୱେ ଟ୍ରାକ ଚୋରି ମାମଲାରେ ଦରଭଙ୍ଗା ଆରପିଏଫ ପୋଷ୍ଟରେ ମାମଲା ରୁଜ୍ଜୁ ହୋଇଛି । ମାମଲାରେ ଆରପିଏଫ ଟିମ ତଦନ୍ତ ଆରମ୍ଭ କରିଛି । ଏହି ମଣ୍ଡଳରେ ଟ୍ରାକ ଚୋରି ହୋଇଥିବା ନେଇ ରେଳ କର୍ମଚାରୀଙ୍କ ହାତ ଥିବା କୁହାଯାଉଛି । ଏ ନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ପୁରା ମାମଲା ସ୍ପଷ୍ଟ ହେବ । ଏବେ ଯାଏ ପୋଲିସ ହାତର କିଛି ପ୍ରମାଣ ଲାଗିନାହିଁ । ଏହି ଚୋରିକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ଶ୍ରମକୁ ସମ୍ମାନ ଅଭାବରୁ ବେରୋଜଗାରୀ ବଢୁଛି: ମୋହନ ଭଗତ

ବର୍ତ୍ତମାନ ସୁଦ୍ଧା ମାମଲାରେ ଦୁଇଜଣଙ୍କୁ ନିଲମ୍ବିତ କରାଯାଇଛି । ରେଳ ମଣ୍ଡଳର ସୁରକ୍ଷା ଆୟୁକ୍ତଙ୍କ ସମେତ 2 ଜଣଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ କର୍ମଚାରୀ ହେଲେ ଝାଞ୍ଝାରପୁର ଆଉଟପୋଷ୍ଟ ପ୍ରଭାରୀ ଶ୍ରୀନିବାସ ଏବଂ ମଧୁବଣିର ମୁକେଶ କୁମାର ସିଂହ । 24 ଜାନୁଆରୀରେ ଏହି ମାମଲା ସାମ୍ନାକୁ ଆସିଛି ।

ABOUT THE AUTHOR

...view details