ଓଡିଶା

odisha

ETV Bharat / bharat

ପୂର୍ବତନ ଲୋକୋ ପାଇଲଟଙ୍କ ଦାବି, 'ପମ୍ବନ ବ୍ରିଜ'କୁ ମିଳୁ ଜାତୀୟ ସ୍ମାରକୀ ମାନ୍ୟତା

National monument status to Pamban Bridge: ୧୦୦ରୁ ଅଧିକ ବର୍ଷ ଧରି ତାମିଲନାଡୁ ରାମେଶ୍ବରମ ନିକଟରେ ସମୁଦ୍ର ମଝିରେ ଠିଆ ହୋଇଛି ପମ୍ବନ ବ୍ରିଜ । ଏହାକୁ ଜାତୀୟ ସ୍ମାରକୀ ମାନ୍ୟତା ପ୍ରଦାନ ପାଇଁ ପୂର୍ବତନ ଲୋକୋ ପାଇଲଟଙ୍କ ଦାବି । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 30, 2023, 10:38 PM IST

Pamban Bridge
Pamban Bridge

ଚେନ୍ନାଇ: ଦୀର୍ଘ ୧୦୦ରୁ ଅଧିକ ବର୍ଷ ଧରି ସମୁଦ୍ର ମଝିରେ ପାହାଡ଼ ପରି ଠିଆ ହୋଇଛି ପମ୍ବନ ବ୍ରିଜ । ତାମିଲନାଡୁର ରାମେଶ୍ବରମଠାରେ ରହିଛି ବ୍ରିଟିଶ ଅମଳର ଏହି ବ୍ରିଜ । ଯାହାକି ଭାରତର ଇତିହାସକୁ ଜାବୁଡ଼ି ଧରିବା ସହ ଦେଶର ଭୂଖଣ୍ଡକୁ ସମୁଦ୍ର ସହ ଯୋଡ଼ିବାରେ ସକ୍ଷମ ହୋଇଛି । ତେବେ ଏହି ଶତାଧିକ ବର୍ଷର ପୋଲକୁ ଜାତୀୟ ସ୍ମାରକୀ ମିଳିବା ଉଚିତ ବୋଲି ଇଟିଭି ଭାରତ ସହିତ ଆଲୋଚନା କରି ଦାବି କରିଛନ୍ତି ପୂର୍ବତନ ଲୋକୋ ପାଇନଟ କ୍ରୀଷ୍ଣନ । ଏହାର ସ୍ବତନ୍ତ୍ରତା ଓ ସମୃଦ୍ଧି ଇତିହାସର ସଂରକ୍ଷଣ ପାଇଁ ଭାରତ ସରକାର ଏହି ମାନ୍ୟତା ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି ।

ଏବେ ଏହି ବହୁ ପୁରାତନ ପମ୍ବନ ବ୍ରିଜରେ ରେଳ ଚଳାଚଳକୁ ବନ୍ଦ କରାଯାଇଛି । ଏହା ଭାରତରେ ସର୍ବପ୍ରଥମ ସାମୁଦ୍ରିକ ପୋଲ । ପମ୍ବନ ବ୍ରିଜଟି ବହୁ ପୁରୁଣା ହୋଇଯାଇଥିବାରୁ କୌଣସି ଅଘଟଣକୁ ଏଡ଼ାଇବା ଲାଗି ଏହାକୁ ଲାଗି ସମାନ୍ତରାଳ ଭାବରେ ଆଉ ଏକ ନୂଆ ପମ୍ବନ ବ୍ରିଜ ନିର୍ମାଣ କରାଯାଉଛି । ଏହି ପୁରାତନ ପମ୍ବନ ପୋଲ ପ୍ରାୟ ୨୩୪୦ ମିଟର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଏହା ରାମନାଥପୁରମ ଜିଲ୍ଲାର ମନ୍ଦପମକୁ ରାମେଶ୍ବର ଦ୍ବୀପ ସହିତ ସଂଯୋଗ କରେ । ଏହାକୁ ୧୯୧୩ ମସିହାରେ ଇଂଲିଶ ଇଞ୍ଜିନିୟର ଶ୍ରେଶରଙ୍କ ନେତୃତ୍ବରେ ଏହାର ନିର୍ମାଣ ହୋଇଥିଲା । ଗତ ୨୦୨୨ ଡିସେମ୍ବର ମାସରୁ ଏଠାରେ ରେଳ ଚଳାଚଳକୁ ବନ୍ଦ କରାଯାଇଛି । ଆଇଆଇଟି ମାଡ୍ରାସର କିଛି ଗବେଷକ ଏ ନେଇ ବିପଦ ଘଣ୍ଟି ବଜାଇବା ପରେ ଏଠାରେ ରେଳ ଚଳାଚଳନ ବନ୍ଦ ରହିଥିଲା ।

ଏହା ବି ପଢନ୍ତୁ- ପୁରାତନ ବିଜ୍ଞାନର ଚମତ୍କାରିତା, ରାମେଶ୍ବରମର ପମ୍ବନ ରେଳ ବ୍ରିଜ

ପୂର୍ବତନ ଲୋକା ପାଇଲଟଙ୍କ ଦାବି:- ଏହି ବ୍ରିଜ ଦେଇ ୧୦୦ରୁ ଅଧିକ ଥର ରେଳ ଚଲାଇ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥିବା ପୂର୍ବତନ ଲୋକୋ ପାଇଲଟ କ୍ରୀଷ୍ଣନ ଏ ନେଇ ଏକ ପ୍ରସ୍ତାବ ଦେଇଛନ୍ତି । ସେ ୧୯୮୫ ମସିହାରେ ଲୋକୋ ପାଇଲଟ ଭାବେ ନିଯୁକ୍ତି ପାଇଥିଲେ । ନିଜ ଚାକିରି କାଳ ମଧ୍ୟରେ ସେ ୧୦୦ରୁ ଅଧିକ ଥର ଏହି ବ୍ରିଜ ଦେଇ ଯାତ୍ରା କରିଛନ୍ତି । ସେ ଯେତେବେଳେ ରାମେଶ୍ବରମ ଟ୍ରେନରେ ନିଯୁକ୍ତି ପାଇଥିଲେ ତାଙ୍କୁ ୭୮୬ ନମ୍ବର ଦିଆଯାଇଥିଲା । ଏ ନେଇ ସେ କହିଛନ୍ତି, "ଲକ୍ଷ ଲକ୍ଷ ମୁସଲିମଙ୍କ ଲକି ନମ୍ବର କୁହାଯାଇଥିବା ୭୮୬କୁ ମୋତେ ପ୍ରଦାନ କରାଯାଇଥିଲା । ତେବେ ଏହି ପୋଲଟି ବ୍ରିଟିଶ ଅମଳର । ପ୍ରଥମେ ଯେତେବେଳେ ଏହି ପୋଲ ଦେଇ ମୁଁ ଟ୍ରେନ ଚଳାଉଥିଲି ସ୍ବାଭାବିକ ଭାବରେ ମୋତେ ଭୟ ଲାଗୁଥିଲା । ମାତ୍ର ଧିରେ ଧିରେ ଏହା ମୋର ପସନ୍ଦ ରାସ୍ତା ପାଲଟିଥିଲା । ପମ୍ବନ ବ୍ରିଜ ଭାରତର ଇତିହାସର ମୁକ ସାକ୍ଷୀ । ଏହାର ଇତିହାସ ସଂରକ୍ଷଣ ଲାଗି ବ୍ରିଜକୁ ଜାତୀୟ ସ୍ମାରକୀ ମାନ୍ୟତା ପ୍ରଦାନ କରାଯିବା ଉଚିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details