ନୂଆଦିଲ୍ଲୀ: ଉଦୟପୁରରେ କଂଗ୍ରେସର 3 ଦିନିଆ ଚିନ୍ତନ ଶିବିର ଆଜି (ରବିବାର) ଶେଷ ହେବ । ଦଳକୁ ପୁନଃର୍ଜୀବିତ କରିବାକୁ ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଶିବିର ଶେଷ ହେବା ପରେ ଜନତାଙ୍କ ସହିତ ଯୋଡି ହେବାକୁ ଦଳ ଆଉ ଏକ ପ୍ରୟାସ ଆପଣାଇବାକୁ ଯାଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପାଦ ପଦଯାତ୍ରା ଆରମ୍ଭ କରିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଆରମ୍ଭ ହେବାର ସମ୍ଭାବନା ଥିବା ବିଶେଷ ସୁତ୍ରରୁ ଖବର ମିଳିଛି ।
ସେହିପରି ସରକାରଙ୍କ ବିଫଳତାକୁ ଆଖି ଆଗରେ ରାଜ୍ୟ ମାନଙ୍କରେ ରାଜ୍ୟ ନେତାଙ୍କ ଦ୍ବାରା ସମାନ ପଦଯାତ୍ରା ଆୟୋଜିତ ହେବା ନେଇ ସୂଚନା ମିଳିଛି । କଂଗ୍ରେସ ୱାର୍କିଂ କମିଟି(CWC) ଦ୍ବାରା ନିଷ୍ପତ୍ତି ନିଆଯିବ । ଦେଶରେ ଦରଦାମ ବୃଦ୍ଧି ଏବଂ ଅର୍ଥନୀତି ସମସ୍ୟା ନେଇ କେନ୍ଦ୍ର ସରକାରଙ୍କ ଘେରିବାକୁ ପ୍ରସ୍ତୁତ ହେଉଛି । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ହେବ ।