ଓଡିଶା

odisha

By

Published : Jun 16, 2022, 4:40 PM IST

ETV Bharat / bharat

Rahul Rescue Operation: ସମସ୍ତ ଟିମଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ରାହୁଲ ସାହୁ ଉଦ୍ଧାର ଘଟଣାରେ ଉଦ୍ଧାରକାରୀ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ଛତିଶଗଡ ସରକାରଙ୍କ ଭବ୍ୟ ସମାରୋହ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ ହେଲେ ଅଭିଯାନରେ ସାମିଲ ସମସ୍ତ ଟିମ । ସମାରୋହ ମଞ୍ଚରେ ଜିଲ୍ଲାପାଳ ବଖାଣିଲେ ଆହ୍ବାନପୂର୍ଣ୍ଣ ସ୍ଥିତିର କାହାଣୀ । ଅଧିକ ପଢନ୍ତୁ

Rahul sahoo rescue operation: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନୀତ ହେଲେ ସମସ୍ତ ଟିମ
Rahul sahoo rescue operation: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନୀତ ହେଲେ ସମସ୍ତ ଟିମ

ରାୟପୁର: ଦୀର୍ଘ 104 ଘଣ୍ଚାର ଆହ୍ବାନପୂର୍ଣ୍ଣ ଉଦ୍ଧାର ଅପରେସନ ପରେ ଛତିଶଗଡର 12 ବର୍ଷୀୟ ଭିନ୍ନକ୍ଷମ ନାବାଳକ ରାହୁଲ ସାହୁଙ୍କ ଉଦ୍ଧାର ଅଭିଯାନକୁ ଦେଶବ୍ୟାପୀ ପ୍ରଶଂସା ମିଳୁଛି । ଆଜି ଛତିଶଗଡ ସରକାରଙ୍କ ପକ୍ଷରୁ ଅଭିଯାନରେ ସାମିଲ ସମସ୍ତ ସଦସ୍ୟ, ଅଧିକାରୀଙ୍କୁ ସମ୍ନାନିତ କରିବା ପାଇଁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ଅଭିଯାନରେ ସାମିଲ ସମସ୍ତ ବିଭାଗୀୟ ଟିମ ଓ ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲାପାଳ ତଥା ଅପରେସନର ନେତୃତ୍ବ ନେଉଥିବା ଜିତେନ୍ଦ୍ର ଶୁକ୍ଳା ଅପରେସନ ସମ୍ପର୍କିତ ସମସ୍ତ ସୂଚନା ଲୋକଲୋଚନକୁ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ବଘେଲ ଅପରେସନରେ ସାମିଲ ଭାରତୀୟ ସେନା ଯବାନ, NDRF ଓ SDRF ଯବାନ, ଅଗ୍ନିଶମ ବାହିନୀର ଟିମ, ଜିଲ୍ଲା ଓ ପୋଲିସ ପ୍ରଶାସନର ପଦାଧିକାରୀ, ସ୍ବାସ୍ଥ୍ୟ ବିଭାଗର କର୍ମୀଙ୍କୁ ଏହି ଭବ୍ୟ ଉତ୍ସବରେ ସମ୍ମାନିତ କରିବା ସହ ସେମାନଙ୍କ ଦକ୍ଷତା ଓ ଅବଦାନକୁ ପ୍ରଶଂସା କରିଛନ୍ତି ।

ଗତ 10 ତାରିଖରେ 12 ବର୍ଷୀୟ ଭିନ୍ନକ୍ଷମ ନାବାଳକ ରାହୁଲ ଘର ପଛପଟ ଏକ କ୍ଷେତରେ ଖୋଳା ଯାଇଥିବା ବୋରଓ୍ବେଲରେ ଖସି ପଡିଥିଲା । ପ୍ରାୟ 80 ଫୁଟ ଗଭୀରରେ ସେ ଫସି ରହିଥିବା ଜଣାପଡିବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ଆହ୍ବାନ ବଢିବା ସହ ପର୍ଯ୍ୟାୟକ୍ରମେ ଏକାଧିକ ଟିମ ମଧ୍ୟ ଅଂଶଗ୍ରହଣ କରିଥିଲେ । ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ବେସ ଆହ୍ବାନପୂର୍ଣ୍ଣ ହୋଇଥିବା ବେଳେ ପ୍ରାୟ 104 ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଏହା ସଫଳ ହୋଇଥିଲା । ଏହାକୁ ଦେଶର ସବୁଠୁ ବଡ ‘ହ୍ୟୁମାନ ରେସ୍କ୍ୟୁ ଅପରେସନ’ ବୋଲି ମଧ୍ଯ କୁହାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details