ଓଡିଶା

odisha

ETV Bharat / bharat

Operation Rahul: ରାହୁଲଙ୍କୁ ଦେଖିପାରିଲା ରେସକ୍ୟୁ ଟିମ୍, କିଛି ସମୟ ପରେ ହୋଇପାରେ ଉଦ୍ଧାର - ଛତିଶଗଡ ବୋରଓ୍ବେଲ ଅପରେସନ

ଶେଷ ପର୍ଯ୍ୟାୟରେ ଭାରତୀୟ ସେନାକୁ ହସ୍ତାନ୍ତର ହେଲା ରାହୁଲ ସାହୁ ଉଦ୍ଧାର ଅପରେସନ । ଆଉ କିଛି ଦୂରରେ ରାହୁଲ, ଖୁବଶୀଘ୍ର ଶେଷ ହୋଇପାରେ ପ୍ରକ୍ରିୟା । ଅଧିକ ପଢନ୍ତୁ

Rahul sahoo rescue operation: ଶେଷ ପର୍ଯ୍ୟାୟରେ ଭାରତୀୟ ସେନାକୁ ହସ୍ତାନ୍ତର ହେଲା ଅପରେସନ
Rahul sahoo rescue operation: ଶେଷ ପର୍ଯ୍ୟାୟରେ ଭାରତୀୟ ସେନାକୁ ହସ୍ତାନ୍ତର ହେଲା ଅପରେସନ

By

Published : Jun 14, 2022, 5:21 PM IST

Updated : Jun 14, 2022, 7:04 PM IST

ରାୟପୁର:ଛତିଶଗଡରେ ଜାରି ରହିଥିବା ବୋରଓ୍ବେଲରୁ 12 ବର୍ଷୀୟ ବାଳକକୁ ଉଦ୍ଧାର ଅପରେସନ ଶେଷ ପର୍ଯ୍ୟାୟ ପହଞ୍ଚିଥିଲେ ସୁଦ୍ଧା ସଫଳତା ମିଳିପାରି ନାହିଁ । ଶେଷ ପର୍ଯ୍ୟାୟରେ ଏହି ଅତି ଆହ୍ବାନପୂର୍ଣ୍ଣ ଅପରେସନକୁ ସଫଳତାର ସହ ଶେଷ କରିବା ପାଇଁ ଭାରତୀୟ ସେନାକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଭାରତୀୟ ସେନାର ଉଚ୍ଚଦକ୍ଷତା ସମ୍ପନ୍ନ ଉଦ୍ଧାରକାରୀ ଟିମ ଏବେ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Rahul Sahoo rescue operation: ଶେଷ ପର୍ଯ୍ୟାୟରେ ଭାରତୀୟ ସେନାକୁ ହସ୍ତାନ୍ତର ହେଲା ଅପରେସନ

ଦୀର୍ଘ 90 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏହି ଉଦ୍ଧାର ଅପରେସନ ଜାରି ରଖିଥିଲେ । ବୋରଓ୍ବେଲ ପାର୍ଶ୍ବରେ ଏକ ଟନେଲ ଖୋଳାଯାଇ ରାହୁଲ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି । ଶେଷ ସୂଚନା ଅନୁସାରେ ଆଉ ମାତ୍ର କିଛି ଫୁଟ ଦୂରରେ ରହଛି ରାହୁଲ । ରାହୁଲର ଫଟୋ ମଧ୍ୟ ଉଦ୍ଧାରକାରୀ ଟିମ ନିକଟରେ ହସ୍ତଗତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 14, 2022, 7:04 PM IST

ABOUT THE AUTHOR

...view details