ଓଡିଶା

odisha

ETV Bharat / bharat

ଇଡିର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ

ଇଡିର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତ ହେଲେ ଆଇଆରଏସ୍ ଅଧିକାରୀ ରାହୁଲ ନବୀନ । ଅଧିକ ପଢନ୍ତୁ

ଇଡିର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ
ଇଡିର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ

By ETV Bharat Odisha Team

Published : Sep 16, 2023, 7:02 AM IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମୁଖ୍ୟ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନର ଇଡିର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇଆରଏସ୍(ଭାରତୀୟ ରାଜସ୍ବ ସେବା) ଅଧିକାରୀ ରାହୁଲ ନବୀନ । ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଯୁକ୍ତ କରିଛନ୍ତି । ଇଡିର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ସମ୍ଭାଳିବେ । ୧୯୯୩ ବ୍ୟାଚର ଆଇଆରଏସ ଅଧିକାରୀ ନବୀନ ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ବରିଷ୍ଠ ଆଇଆରଏସ ଅଫିସର ରାହୁଲ ନବୀନ ବିହାରର ବାସିନ୍ଦା । ନୂଆ ନିଯୁକ୍ତି ସହିତ ସେ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ସବୁଠୁ ବରିଷ୍ଠ ଅଧିକାରୀ ହୋଇଛନ୍ତି । ରାହୁଲ ନବୀନ ଇଡି ହେଡକ୍ବାର୍ଟରରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଶୁକ୍ରବାର ଦିନ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ୧୫ ସେପ୍ଟେମ୍ବର ୨୦୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ ଆଇଆରଏସ୍ ଅଧିକାରୀ ରାହୁଲ ନବୀନଙ୍କୁ କାର୍ଯ୍ୟକାରୀ ନିର୍ଦ୍ଦେଶ ନିଯୁକ୍ତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ସେପ୍ଟେମ୍ବର 15 ଯାଏଁ ଦାୟିତ୍ବରେ ରହିବେ ED ମୁଖ୍ୟ, ତା’ ପରେ ଆଉ ନୁହେଁ ବୋଲି କହିଲେ ସର୍ବୋଚ୍ଚ କୋର୍ଟ

ସଞ୍ଜୟ ମିଶ୍ରଙ୍କୁ ୨୦୧୮ ନଭେମ୍ବର ୧୯ରେ ଇଡି ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ୨୦୨୦ ନଭେମ୍ବରରେ ସେ ନିଜ ପଦ ଛାଡିବା କଥା । କିନ୍ତୁ ନଭେମ୍ବରରେ ତାଙ୍କର କାର୍ଯ୍ୟକାଳ ଶେଷ ପୂର୍ବରୁ କେନ୍ଦ୍ର ସରକାର ବର୍ଷ ଲେଖାଏଁ ୩ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ଶେଷ ଥର ପାଇଁ ୨୦୨୨ ନଭେମ୍ବରରେ ତାଙ୍କର କାର୍ଯ୍ୟକାଳ ବଢିଥିଲା । ଯାହା ଅନୁସାରେ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ସେ ନିର୍ଦ୍ଦେଶକ ପଦରେ ରହିବା କଥା । ହେଲେ ଏହି ପଦକ୍ଷେପକୁ ବିରୋଧୀମାନେ ସମାଲୋଚନା କରିବା ସହିତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ଜୁଲାଇରେ ସୁପ୍ରିମକୋର୍ଟ ତାଙ୍କର ତୃତୀୟ ଅବଧି ବୃଦ୍ଧିକୁ ବେଆଇନ ଘୋଷଣା କରିଥିଲେ । ପରେ କେନ୍ଦ୍ର ସରକାରଙ୍କ ନିବେଦନ କ୍ରମେ ସୁପ୍ରିମକୋର୍ଟ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ । ହେଲେ ଏହାପରେ ତାଙ୍କୁ ଆଉ ସୁଯୋଗ ମିଳିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Delhi Liquor Scam: ପୁଣି ଡାକିଲା ED, କବିତା କହିଲେ ‘ମୋଦି ନୋଟିସ୍‌’

ABOUT THE AUTHOR

...view details