ଓଡିଶା

odisha

ETV Bharat / bharat

NCP crisis: ପାଓ୍ବାରଙ୍କୁ ନୈତିକ ସମର୍ଥନ ଜଣାଇଲା କଂଗ୍ରେସ - ମହାରାଷ୍ଟ୍ର ରାଜନୀତି

ଏନସିପି ସଙ୍କଟ ବେଳେ ପାଓ୍ବାରଙ୍କୁ ନୈତିକ ସମର୍ଥନ ଜଣାଇଲା କଂଗ୍ରେସ । କଥା ହେଲେ ଖଡଗେ ଓ ରାହୁଲ । ଅଧିକ ପଢନ୍ତୁ

NCP crisis: ପାଓ୍ବାରଙ୍କୁ ନୈତିକ ସମର୍ଥନ ଜଣାଇଲା କଂଗ୍ରେସ
NCP crisis: ପାଓ୍ବାରଙ୍କୁ ନୈତିକ ସମର୍ଥନ ଜଣାଇଲା କଂଗ୍ରେସ

By

Published : Jul 2, 2023, 10:55 PM IST

ନୂଆଦିଲ୍ଲୀ: ପୁତୁରାଙ୍କ ବିଦ୍ରୋହ ପରେ ଏବେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଅଜିତ ପାଓ୍ବାର ସମର୍ଥିତ ଗୋଷ୍ଠୀ ନିଜକୁ ଏନସିପି ବୋଲି ଦାବି କରୁଥିବା ବେଳେ ଶରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ଦେଇସାରିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ଆଜି ପାଓ୍ବାରଙ୍କୁ ନୈତିକ ସମର୍ଥନ ଦେଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶରଦ ପାୱାରଙ୍କ ସହ ଫୋନରେ କଥା ହୋଇଛନ୍ତି । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଦାୟିତ୍ବରେ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଚିବ ଆଶିଷ ଦୁଆ ଇଟିଭି ଭରତକୁ ଏହି ସୂଚନା ପ୍ରଦାନ କରିଛନ୍ତି ।

ଆଶିଷ କହିଛନ୍ତି, “ରାହୁଲ ଏବଂ ପାର୍ଟି ହାଇକମାଣ୍ଡ ଖଡଗେ ଶାରଦ ପାୱାରଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଆମେ (କଂଗ୍ରେସ) ମହାରାଷ୍ଟ୍ର ରାଜନୀତିର କ୍ରମବିକାଶ ଉପରେ ନଜର ରଖିଛୁ । ତେବେ ସ୍ଥିତି ଯାହା କହୁଛି, ଯଦି ଅଧିକାଂଶ ବିଧାୟକ ଅଜିତ ପାୱାରଙ୍କ ସହ ଯାଆନ୍ତି, ତେବେ ଏନସିପି ପାର୍ଟି ସଂଗଠନ ତଥାପି ଶରଦ ପାୱାରଙ୍କ ସହ ରହିବ । କାରଣ ସେ ଦଳର ପ୍ରତିଷ୍ଠାତା । ଏନସିପିରେ ସଙ୍କଟ ଦେଖାଦେଇଛି ଏବଂ ସେତେବେଳେ କଂଗ୍ରେସକୁ ଶରଦଙ୍କୁ ସହଯୋଗର ହାତ ବଢାଇବାକୁ ପଡିବ ।

ଶରଦ ପାୱାର 2019ରେ ମହାବିକାଶ ଅଗାଡି (MVA) ମିଳିତ ମଞ୍ଚର ମୁଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିଥିଲେ । କଂଗ୍ରେସ, ଶିବସେନା ଓ ଶରଦଙ୍କ ଏନସିପି ମିଶି ସରକାର ଗଠନ କରିଥିଲେ । ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନୂତନ ମେଣ୍ଟର ମୁଖ୍ୟମନ୍ତ୍ରୀ ଭାବରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ସମର୍ଥନ କରିବା ନେଇ ମନାଇବାରେ ଶରଦଙ୍କର ବଡ଼ ଭୂମିକା ଗ୍ରହଣ କରିଥିଲେ । ପରେ ଶରଦଙ୍କ ପ୍ରସ୍ତାବରେ କଂଗ୍ରେସ ରାଜି ହୋଇଥିଲା । ଉଦ୍ଧବ ଠାକରେଙ୍କ ନେତୃତ୍ବରେ ମହାବିକାଶ ଅଗାଡି ମେଣ୍ଟ ସରକାର ଶାସନ ଆରମ୍ଭ କରିଥିଲା । 2022 ମସିହାରେ ଶିବସେନା ବିଦ୍ରୋହ କରି ଏକନାଥ ସିନ୍ଦେ ବିଜେପି ସହାୟତାରେ ମୁଖ୍ୟମନ୍ତ୍ରୀ ହେବାପରେ MVA ସରକାରରୁ ହଟିଥିଲା । ତେଣୁ ବର୍ତ୍ତମାନ ସମୟରେ ଶରଦ ପାଓ୍ବାରଙ୍କ ସହ କଂଗ୍ରେସ ରହିଛି ବୋଲି ସେ ମତ ଦେଇଥିଲେ ।

ଆଜି ଅଜିତ ପାଓ୍ବାର ଏନଡିଏରେ ସାମିଲ ହେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଅଜିତଙ୍କ ସହ ଏନସିପିର ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ବେଳେ ଏବେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା ଦୁଇରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details