ଶ୍ରୀନଗର: ଆଜିଠୁ ଜମ୍ମୁ କାଶ୍ମୀର ଗସ୍ତରେ ବାହାରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗସ୍ତରେ ସେ ଚାଲିଚାଲି କାତ୍ରାଠାରୁ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବେ ବୋଲି ସୂଚନା ଦେଇଛନ୍ତି ଦଳର ଜମ୍ମୁ କାଶ୍ମୀର ୟୁନିଟ୍ ସଭାପତି ଗୁଲାମ ଅହମ୍ମଦ ମୀର । ରାହୁଲ ଗାନ୍ଧୀଙ୍କର ଭଗବାନଙ୍କ ଉପରେ ବିଶ୍ବାସ ରହିଛି । ସେ ଅନେକ ବର୍ଷ ହେବ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କରିବାରୁ ଚାହୁଁଥିଲେ ବୋଲି କହିଛନ୍ତି ଗୁଲାମ ଅହମ୍ମଦ ଅଲ୍ଲୀ ।
ଦୀର୍ଘ ତିନି ବର୍ଷ ହେବ ସେ ଏଠାକୁ ଆସିବାକୁ ଚାହୁଁଥିଲେ । ରାଜନୈତିକ ପରିସ୍ଥିତି ପାଇଁ ସେ ଆସିପାରୁ ନଥିଲେ । ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ସେ ଗତ ମାସରେ ଶ୍ରୀନଗର ଗସ୍ତ କରିଥିଲେ ଏବଂ ସେପ୍ଟେମ୍ବର 9 ରେ ଜମ୍ମୁ ଗସ୍ତରେ ଆସିବେ ବୋଲି ସୂଚନା ଦେଇଥିଲେ ଅହମ୍ମଦ ମୀର । ସେ ଆହୁରି କହିଛନ୍ତି ଯଦିଓ ଅନେକ ନେତା ଏହି ସ୍ଥାନକୁ ଆସିଛନ୍ତି ସେମାନେ ଚପଲ ପିନ୍ଧି ଆସିଛନ୍ତି । ଆମର ବିଶ୍ବାସ ଅଛି ଯେ ରାହୁଲ ଗାନ୍ଧୀ ଖାଲି ପାଦରେ କାତ୍ରାଠାରୁ ମନ୍ଦିର ଦର୍ଶନ କରିବେ ।