ଓଡିଶା

odisha

By ETV Bharat Odisha Team

Published : Dec 29, 2023, 7:29 AM IST

ETV Bharat / bharat

ଦିଲ୍ଲୀରେ ଘନ କୁହୁଡି, ଜୟପୁରକୁ ଡାଇର୍ଭଟ ହେଲା ରାହୁଲଙ୍କ ବିମାନ

Rahul Gandhi's flight diverted to Jaipur: ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି । ଜୟପୁରକୁ ଡାଇର୍ଭଟ ହେଲା ରାହୁଲଙ୍କ ବିମାନ । ଅଧିକ ପଢନ୍ତୁ

ରାହୁଲଙ୍କ ବିମାନର ଦିଗ ପରିବର୍ତ୍ତନ
Rahul Gandhis flight diverted to Jaipur

ନୂଆଦିଲ୍ଲୀ:ଖରାପ ପାଗ ଯୋଗୁଁ ଦିଗ ପରିବର୍ତ୍ତନ କଲା ରାହୁଲ ଗାନ୍ଧୀଙ୍କ ବିମାନ । ନାଗପୁରରୁ ଦିଲ୍ଲୀ ଯାଉଥିବା ବେଳେ ଜୟପୁରକୁ ଡାଇର୍ଭଟ ହେଲା ରାହୁଲ ଗାନ୍ଧୀ ଯାତ୍ରା କରୁଥିବା ବିମାନ । ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି ଯୋଗୁଁ ଦିଗ ଦୃଶ୍ୟମାନ ନହେବାରୁ ବିମାନକୁ ଡାଇଭର୍ଟ କରାଯାଇଥିଲା । ଗୁରୁବାର ଦିନ ନାଗପୁରରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଦିଲ୍ଲୀ ଫେରୁଥିବା ବେଳେ ରାହୁଲଙ୍କ ବିମାନ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ ପରିବର୍ତ୍ତେ ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ- ପକ୍ଷୀ ମାଡ ହେବାରୁ ଜରୁରୀକାଳୀନ ଅବତରଣ କଲା ଆକାଶ ଏୟାର ବିମାନ

ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି ରହିଥିଲା । ଫଳରେ ଭିଜିବିଲିଟି କମ ଥିବାରୁ ନାଗପୁରରୁ ଦିଲ୍ଲୀକୁ ଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିମାନକୁ ଜୟପୁରକୁ ପଠାଇବାକୁ ପଡିଥିଲା । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ରାହୁଲ ଗାନ୍ଧୀ ଗୁରୁବାର ନାଗପୁରରେ ଆୟୋଜିତ ଏକ ରାଲିରେ ଯୋଗ ଦେଇଥିଲେ । ସେଠାରେ ସେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ରାହୁଲ ଗାନ୍ଧୀ ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀ ଫେରୁଥିଲେ । କିନ୍ତୁ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ଦୃଶ୍ୟମାନତା ବହୁତ କମ ରହିଥିଲା । ଯେଉଁଥିପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରାହୁଲଙ୍କ ବିମାନକୁ ଜୟପୁର ବିମାନ ବନ୍ଦରକୁ ପଠାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ - ଦିଲ୍ଲୀରେ ଘନ କୁହୁଡି, 16ଟି ବିମାନ ଉଡାଣ ବିଳମ୍ବ

ଗତ ଏକ ମାସ ହେବ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି । ତାପମାତ୍ରା ହ୍ରାସ ପାଉଥିବାରୁ ଥଣ୍ଡା ବଢିବା ସହ କୁହୁଡିରେ ଢାଙ୍କି ହୋଇ ରହୁଛି ପୁରା ସହର । ଫଳରେ ଯାତାୟତ ସମୟରେ ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଦୁର୍ଘଟଣା ଘଟୁଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିଜିବିଲିଟି କମ ରହୁଥିବାରୁ ଅନେକ ସମୟରେ ବିମାନ ଉଡାଣ ବାଧାପ୍ରାପ୍ତ ହେଉଛି । ଲଗାତାର ତିନି ଦିନ ହେବ ବିମାନ ଉଡାଣ ଅବତରଣ ବିଳମ୍ବରେ ହେଉଛି । ଗୁରୁବାର 60ଟି ବିମାନ ଡାଇର୍ଭଟ ହୋଇଥିବା ବେଳେ କିଛି ବିମାନ ବିଳମ୍ବରେ ଉଡାଣ କରିଥିଲା । ଡିସେମ୍ବର 23 ତାରିଖ ଦିନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା । 16ଟି ବିମାନର ଉଡାଣ ବିଳମ୍ବ ହୋଇଥିଲା । ଯେଉଁଥିରେ 11ଟି ଅନ୍ତର୍ଜାତୀୟ ବିମାନ ରହିଥିବା ବେଳେ 5ଟି ଘରୋଇ ବିମାନ ରହିଥିଲା ।

ABOUT THE AUTHOR

...view details