ମୁମ୍ବାଇ:ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା(Bharat Jodo Yatra of congress) । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ଏହି କ୍ରମରେ ବିଭିନ୍ନ ରାଜ୍ୟ ଅତିକ୍ରମ କରି ଭାରତ ଯୋଡ଼ ଯାତ୍ରା ଆଜି ମହାରାଷ୍ଟ୍ରରେ ପ୍ରବେଶ କରିବ । ଏହି ଯାତ୍ରା ପୂର୍ବରୁ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ଶେଷ ହୋଇଛି ।
ଆଜି ସନ୍ଧ୍ୟାରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନନ୍ଦେଡ ଜିଲ୍ଲାର ଡିଗ୍ଲୋରର ମଦନୁର ନାକାରେ ପହଞ୍ଚିବେ । ଏନେଇ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ଦଳୀୟ କର୍ମଚାରୀ ରାତି ପ୍ରାୟ ୧୦ଟାରୁ ଏକତା ମଶାଲ ମାର୍ଚ୍ଚ ଆରମ୍ଭ କରିବେ । ଏହି ଯାତ୍ରା ମହାରାଷ୍ଟ୍ରରେ ୧୪ ଦିନ ଧରି ଚାଲିବାକୁ ଥିବାବେଳେ ସୋନିଆ ଗାନ୍ଧିଙ୍କ ସହ ଅନ୍ୟ କର୍ମକର୍ତ୍ତା 5 ବିଧାନସଭା ଏବଂ ୬ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଦେଇ 381 କିଲୋମିଟର ଚାଲିବେ । ଏହି ଯାତ୍ରାକୁ ଆହୁରି ପ୍ରସାର କରିବା ପାଇଁ ଗତକାଲି(ମଙ୍ଗଳବାର) ଏନସିପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେବେ ।
ତେବେ ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା କାରଣରୁ ସେ ଏକ ମାଇଲରୁ କମ ଚାଲିବେ ବୋଲି ସୂଚନା ରହିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ସେମାନଙ୍କ କାର୍ଯ୍ୟସୂଚୀ ନିଶ୍ଚିତ କରିନାହାଁନ୍ତି । ଏହି ଯାତ୍ରାରେ ବହୁ ବରିଷ୍ଠ କଂଗ୍ରେସ ନେତା ନାନା ପାଟୋଲ, ବାଲାସାହେବ ଥୋରାଟ, ଭାଇଜଗତାପ, ଅଶୋକ ଚାବନଙ୍କ ଅନ୍ୟମାନେ ଯୋଗଦେବାର ସମ୍ଭାବନା ରହିଛି ।