ଜୟପୁର:ଗୋଟିଏ ପରେ ଗୋଟିଏ ରାଜ୍ୟରେ ଭାରତ ଯୋଡ ଯାତ୍ରା ଶେଷ ହେବାକୁ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଚାଲିଥିବା ଭାରତ ଯୋଡ ଯାତ୍ରା ରାଜସ୍ଥାନରୁ ଆରମ୍ଭ ହୋଇଛି । ମଧ୍ୟପ୍ରଦେଶ-ରାଜସ୍ଥାନ ସୀମାର ଚଁୱର ଚୌରାହରେ ଯାତ୍ରା ପହଞ୍ଚିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପିସିସି ମୁଖ୍ୟ ଗୋବିନ୍ଦ ସିଂହ ଡୋଟସରା ପ୍ରମୁଖ ରାହୁଲଙ୍କୁ ସ୍ବାଗତ କରିଥିଲେ । ଏହି ଯାତ୍ରା ଜାଲୱାରର କାଲି ତଲାଇରୁ ଆରମ୍ଭ ହୋଇଛି ।
ଏହି ଯାତ୍ରା ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି । 14 କିଲୋମିଟର ଅତିକ୍ରମ କରିବା ପରେ ସମୟ ପାଖାପାଖି 10ଟାରେ ବାଲିବୋରଦା ଚୌରାହରେ ପହିଞ୍ଚିଥିଲା ଯାତ୍ରା । ଏହାପରେ ମଧ୍ୟାହ୍ନ ଭୋଜନ ପରେ ଯାତ୍ରା ପୁଣି ଯାତ୍ରା ଆରମ୍ଭ ହେବ । 3ଟା 33ରୁ ନାହାରଡିରୁ ଯାତ୍ରା ବାହାରିବ । ସନ୍ଧ୍ୟାରେ ଚନ୍ଦ୍ରଭାଗା ଚୌରାହରେ ଏକ ଜନସଭାକୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଯାତ୍ରା ଜାଲୱାରରେ ଏକ ରାତି ପାଇଁ ଅଟକି ରହିବ । ରବିବାର ଏହି ମଧ୍ୟପ୍ରଦେଶ ଜିଲ୍ଲା ଅଗର ମାଲୱା ଠାରୁ ରାଜସ୍ଥାନରେ ପ୍ରବେଶ କରିଥିଲା ।