ଓଡିଶା

odisha

ETV Bharat / bharat

RAKSHA BANDHAN: ରାହୁଲଙ୍କ ଜୀବନରେ ପ୍ରିୟଙ୍କାଙ୍କ ସ୍ଥାନ ସ୍ବତନ୍ତ୍ର - ରାହୁଲ ଗାନ୍ଧୀ

ଗାନ୍ଧୀ ପରିବାରର ଭାଇ ଭଉଣୀ ପାଳିରେ ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ପ୍ରିୟଙ୍କା ତାଙ୍କ ଜୀବନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରନ୍ତି ବୋଲି କହିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

RAKSHA BANDHAN: ପ୍ରିୟଙ୍କାଙ୍କ ସ୍ଥାନ ଜୀବନରେ ସ୍ବତନ୍ତ୍ର କହିଲେ ରାହୁଲ
RAKSHA BANDHAN: ପ୍ରିୟଙ୍କାଙ୍କ ସ୍ଥାନ ଜୀବନରେ ସ୍ବତନ୍ତ୍ର କହିଲେ ରାହୁଲ

By

Published : Aug 22, 2021, 3:25 PM IST

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଦିନରେ ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଭଉଣୀ । ରାକ୍ଷୀ ବାନ୍ଧି ଭାଇଠାରୁ ନେଇଥାଏ ସୁରକ୍ଷାର ପ୍ରତିଶ୍ରୁତି । ଏହି ପବିତ୍ର ଦିବସ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାନ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କା ତାଙ୍କ ଜୀବନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରନ୍ତି ବୋଲି ସେ କହିଛନ୍ତି ।

RAKSHA BANDHAN: ପ୍ରିୟଙ୍କାଙ୍କ ସ୍ଥାନ ଜୀବନରେ ସ୍ବତନ୍ତ୍ର କହିଲେ ରାହୁଲ

ରାହୁଲ ତାଙ୍କ ଫେସବୁକ ଆକାଉଣ୍ଟରେ ସାରା ଦେଶବାସୀଙ୍କୁ ଏହି ପବିତ୍ର ଦିବସର ଶୁଭେଚ୍ଛା ଜଣାଇବା ସହିତ ଭଉଣୀ ପ୍ରିୟଙ୍କାଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ପ୍ରିୟଙ୍କାଙ୍କ ସ୍ନେହ ଓ ସମର୍ଥନ ତାଙ୍କ ଜୀବନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରେ । ଉଭୟ ପରସ୍ପରଙ୍କ ବନ୍ଧୁ ସହିତ ସୁରକ୍ଷାକାରୀ ବୋଲି ସେ କହିଛନ୍ତି । ସେ ହିନ୍ଦୀ ଭାଷାରେ ଏହି ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଭଉଣୀଙ୍କ ସହିତ ପିଲା ବେଳର ଫଟୋ ମଧ୍ୟ ସେୟାର କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ପବିତ୍ର ଦିବସରେ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଭାଇ ରାହୁଲଙ୍କ ସହିତ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ପ୍ରତ୍ୟେକ ଭାଇ ଭଉଣୀ ସର୍ବଦା ପରସ୍ପରର ଦେଖାଶୁଣା କରିବା ସହିତ ସ୍ନେହ ଓ ଭଲପାଇବା ବାଣ୍ଟିବା ଉଚିତ ଯେପରି ସେ ରାହୁଲଙ୍କ ସହିତ ବାଣ୍ଟିଥାନ୍ତି ।

ଭାରତରେ ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀଙ୍କ ପାଇଁ ଏକ ପବିତ୍ର ପର୍ବ । ଆଜିର ଦିନକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଭଉଣୀଟିଏ ନିଜ ଭାଇକୁ ରାକ୍ଷୀ ବାନ୍ଧିଲା ପରେ ସବୁଦିନ ସୁରକ୍ଷାର ପ୍ରତିଶ୍ରୁତି ନେଇଥାଏ । ପାରମ୍ପରିକ ଭାବରେ ଦେଶରେ ଭଉଣୀଟିଏ ଏକ ସୂତାରେ ତିଆରି ରାକ୍ଷୀ ଭାଇର ହାତରେ ବାନ୍ଧିଥାଏ ।

@ANI

ABOUT THE AUTHOR

...view details