ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ( Congress general secretary KC Venugopal) ଭାରତ ଯୋଡ ଯାତ୍ରା(Rahul Gandhi's Bharat Jado Yatra) ସମୟରେ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହେଉଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଗୃହ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହାର କିଛି ଦିନ ପରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(CRPF) ରାହୁଲଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛି । ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଥିବା ନେଇ CRPF ପକ୍ଷରୁ କୁହାଯାଇଛି ।
ସୂଚନାଅନୁସାରେ, ୨୦୨୦ ମସିହାଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଥିବା କୁହାଯାଇଛି । ଭାରତ ଯୋଡ଼ୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିବା ବେଳେ ମଧ୍ୟ ରହୁଲ୍ ଗାନ୍ଧୀ ନିଜ ଆଡୁ ନିରାପତ୍ତା ଗାଇଡ୍ଲାଇନ୍ ଉଲ୍ଲଂଘନ କରିଥିଲେ।
ଏହା ମଧ୍ୟ ପଢନ୍ତୁ: ବଲିଉଡକୁ ଝଟ୍କା, ହୃଦଘାତରେ ଆଖି ବୁଜିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ନିତିନ ମନମୋହନ