ଓଡିଶା

odisha

ETV Bharat / bharat

ସଭ୍ୟ ପଦ ରଦ୍ଦ ପରେ ସରକାରୀ ବଙ୍ଗଳା ଖାଲି କଲେ ରାହୁଲ - ରାହୁଲଙ୍କ ସଭ୍ୟ ପଦ ରଦ୍ଦ

ସରକାରୀ ବଙ୍ଗଳା ଖାଲି କଲେ ରାହୁଲ । 2005 ରୁ ରହିଆସୁଥିଲେ । 10 ଜନପଥରେ ମା‘ ସୋନିଆ ବାସଭବନରେ ରହିବା ନେଇ ସୂଚନା । ଅଧିକ ପଢନ୍ତୁ

ସଭ୍ୟ ପଦ ରଦ୍ଦ ପରେ ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ
ସଭ୍ୟ ପଦ ରଦ୍ଦ ପରେ ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ

By

Published : Apr 22, 2023, 9:26 PM IST

ନୂଆଦିଲ୍ଲୀ:ମାନହାନୀ ମାମଲାର ଦଣ୍ଡାଦେଶ ବିରୋଧରେ ସୁରଟ ଶେସନ କୋର୍ଟରୁ ନିରାଶ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି । ରାହୁଲ ପ୍ରାୟ 2 ଦଶନ୍ଧି ଧରି ତୋଗଲକ ଲେନରେ ଥିବା ଏହି ସରକାରୀ ବଙ୍ଗଳାରେ ରହି ଆସୁଥିଲେ । ସଭ୍ୟ ପଦ ରଦ୍ଦ ହେବା ପରେ ସେ ବଙ୍ଗଳାରେ ଥିବା ତାଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରି ସାରିଥିଲେ । ସେ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶକୁ ସୁରଟ ଶେସନ କୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ । ହେଲେ ଗୁରୁବାର 20 (ତାରିଖ) ତାଙ୍କ ମାମଲାର ଶୁଣାଣି କରି ଶେସନ କୋର୍ଟ ସୁରଟ କୋର୍ଟ ଦେଇଥିବା ଦଣ୍ଡାଦେଶକୁ କାଏମ ରଖିବା ସହ ଏହାକୁ ବୈଧ ଦର୍ଶାଇଥିଲେ ।

କୋର୍ଟରୁ ନିରାଶ ହେବା ପରେ ରାହୁଲ ଆଜି ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି । ଏକ ଟ୍ରକରେ ତାଙ୍କର ବ୍ୟବହାର୍ଯ୍ୟ ସାମଗ୍ରୀ ସ୍ଥାନାନ୍ତରିତ ହୋଇଥିବା ଦେଖିବାକୁ ମିଳିଥିଲା । 22 ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ଲୋକସଭା ହାଉସିଂ କମିଟି ଅବଗତ କରିଥିଲା । ଏବେ ରାହୁଲ 10 ଜନପଥରେ ଥିବା ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ବାସଭବନରେ ରହିବେ । ବଙ୍ଗଳା ଖାଲି କରିବା ପରେ ରାହୁଲ ଟ୍ବିଟ କରି କହିିଛନ୍ତି, ସେ ସତ୍ୟ କହିବା ପାଇଁ କୌଣସ ମୂଲ୍ୟ ଦେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ତୋଗଲକ ମାର୍ଗରେ ଥିବା ଏହି ସରକାରୀ ବଙ୍ଗଳାରେ ରାହୁଲ 2005 ରୁ ରହି ଆସୁଥିଲେ । ସେ 2004 ରେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଏହି ବଙ୍ଗଳା ସାଂସଦ କୋଟାରେ ମିଳିଥିଲା । ତେବେ ସେ 2005 ରୁ ଏଠାରେ ରହି ଆସୁଥିଲେ । 2019 ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ଆମେଠୀ ଆସନରୁ ନିର୍ବାଚନ ଲଢୁଥିଲେ । ହେଲେ 2019 ସାଧାରଣ ନିର୍ବାଚନରେ ସେ ଆମେଠୀ ଓ କେରଳର ଓ୍ବାଇନାଡ ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

ହେଲେ ନିଜ ପାରମ୍ପରିକ ଆସନ ଆମେଠୀରୁ ପରାଜିତ ହୋଇଥିବା ରାହୁଲ, ଓ୍ବାଇନାଡରୁ ବିଜୟୀ ହୋଇ ଲୋକସଭାରେ ପହଞ୍ଚିଥିଲେ । ହେଲେ ମାର୍ଚ୍ଚ 23 ତାରିଖରେ 2019 ରେ ମୋଦି ସାଙ୍ଗିଆ ମାନହାନୀ ମାମଲାରେ ତାଙ୍କୁ ସୁରଟର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସଭ୍ୟ ପଦ ରଦ୍ଦ କରାଯାଇଥିଲା । ଯାହାକୁ ନେଇ ସେ ସୁରଟ ଶେସନ କୋର୍ଟଙ୍କ ଦ୍ବରସ୍ଥ ମଧ୍ୟ ହୋଇଥିଲେ । ହେଲେ ସେଠାରୁ ମଧ୍ୟ ତାଙ୍କୁ ବିଫଳ ହେବାକୁ ପଡିଥିଲା । ସେ ଆଜି ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details