ଓଡିଶା

odisha

Chhattisgarh poll: ରାହୁଲ ହେଲେ ଚଷାପୁଅ, ହାତରେ ଦା’ ଧରି କାଟିଲେ ଫସଲ

By ETV Bharat Odisha Team

Published : Oct 29, 2023, 7:46 PM IST

ଛତିଶଗଡରେ କ୍ଷତରେ ନଜର ଆସିଲେ ରାହୁଲ ଗାନ୍ଧୀ । ଶ୍ରମିକ ଓ କୃଷକଙ୍କ ସହ ଫସଲ କାଟିଲେ , ଆଲୋଚନା କଲେ । ଅଧିକ ପଢନ୍ତୁ

Chhattisgarh poll: କ୍ଷେତରେ କୃଷକଙ୍କ ସହ ରାହୁଲ, ହାତରେ ଦା‘ ଧରି କାଟିଲେ ଫସଲ
Chhattisgarh poll: କ୍ଷେତରେ କୃଷକଙ୍କ ସହ ରାହୁଲ, ହାତରେ ଦା‘ ଧରି କାଟିଲେ ଫସଲ

ରାୟପୁର:ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡରେ ଏବେ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର ଜାରି ରଖିଛନ୍ତି । ତେବେ ଏହି କ୍ରମରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କୃଷକଙ୍କ ସହ କ୍ଷେତରେ ଦେଖିବାକୁ ମିଳିଛି । ରାହୁଲ ପୁରା କୃଷକଙ୍କ ପାରମ୍ପରିକ ଢଙ୍ଗରେ ନଜର ଆସିଛନ୍ତି । ମୁଣ୍ଡରେ କୃଷକଙ୍କ ପରି ଗାମୁଛା ଭିଡିବା ସହ ହାତରେ ଦା’ ଧରି ଫସଲ କାଟିଛନ୍ତି । କୃଷକମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ରାହୁଲଙ୍କ ଏହି ଗସ୍ତ ଓ କୃଷକଙ୍କ ସହ ଆଲୋଚନା ସମ୍ପର୍କରେ ଦଳର ଅଫିସିଆଲ ଏକ୍ସ ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଛି ।

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ଆଜି ପୂର୍ବାହ୍ନରେ ରାୟପୁର ସହର ଉପକଣ୍ଠରେ ଥିବା କାଥିୟା ଗ୍ରାମରେ ପହଞ୍ଚିଥିଲେ । ସେ ସେଠାରୁ ସ୍ଥାନୀୟ କ୍ଷେତକୁ ଯାଇଥିଲେ । ଏବେ ଅମଳ ସମୟ ଚାଲିଥିବାରୁ ସେଠାରେ ଫସଲ ଅମଳ କରୁଥିବା ଚାଷୀ ଓ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଥିଲେ । ଚାଷ ଓ ସେମାନଙ୍କ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସେମାନଙ୍କ ସହ ମୁଣ୍ଡରେ ଗାମୁଛା ଭିଡି ଫସଲ ମଧ୍ୟ କାଟିଥିଲେ । ଏହି ଗସ୍ତ ବେଳେ ରାହୁଲଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓ ମଧ୍ୟ ସାମିଲ ହୋଇଥିଲେ ।

ତେବେ ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଏକାଧିକ କାର୍ଯ୍ୟକ୍ରମରେ ଏପରି ସାଧାରଣ ବର୍ଗର ଲୋକଙ୍କ ସହ ଆଲୋଚନା ମଧ୍ୟ କରିସାରିଛି । ପୂର୍ବରୁ ସେ କାଠ କାରିଗର, ଟ୍ରାକ୍ଟରରେ ହଳ କରିବା ସହ ଡେଲିଭରୀ ବଏଙ୍କ ସହ ବୁଲି ଚର୍ଚ୍ଚାକୁ ଆସିଥିଲେ । ଏବେ ନିର୍ବାଚନୀ ରାଜ୍ୟ ଛତିଶଗଡରେ ରାହୁଲ ଗାନ୍ଧୀ ଫସଲ କିଆରିରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Kerala Blast: ସୋସିଆଲ ମିଡିଆରେ ନିଜକୁ ଦାୟୀ କରିବା ପରେ ଅଭିଯୁକ୍ତର ଆତ୍ମସମର୍ପଣ

ଚଳିତ ଥର ନିର୍ବାଚନ ହେବାକୁ ଥିବା 5 ରାଜ୍ୟ ମଧ୍ୟରେ 2ଟି ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଶାସନରେ ରହିଛି । ଅନ୍ୟ ସମସ୍ତ ରାଜ୍ୟରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ମାତ୍ର କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ଭୋଟିଂ ହେବ । ସମସ୍ତ 5 ରାଜ୍ୟରେ ଡିସେମ୍ବର 3 ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ତିନି ପ୍ରମୁଖ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details