ନୂଆଦିଲ୍ଲୀ: ପୂର୍ବତନ ୱାୟନାଡ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେ' ୩୧ ତାରିଖରେ ଆମେରିକା ଗସ୍ତରେ ଯିବେ । ରାହୁଲ ଆମେରିକାରେ ୧୦ ଦିନ ରହିବେ । ଏହି ସମୟରେ ସେ ଜୁନ ୪ ତାରିଖରେ ନ୍ୟୁୟର୍କ ସ୍ଥିତ ମାଡିସନ ସ୍କୋୟାର ଗାର୍ଡେନରେ ଏକ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ୫ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ଏହାସହିତ ରାହୁଲ ୱାଶିଂଟନ ଓ କାର୍ଲିଫର୍ଣ୍ଣିଆ ଗସ୍ତ କରି ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିବେ ଏବଂ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟକୁ ଯାଇ ଉଦବୋଧନ ଦେବେ ।
ଏହାମଧ୍ୟ ପଢନ୍ତୁ : Pilot vs Gehlot: କର୍ଣ୍ଣାଟକ ପରେ ରାଜସ୍ଥାନ କନ୍ଦଳ ଉପରେ ଗୁରୁତ୍ବ ଦେବେ ଖଡଗେ
ଆମେରିକା ଗସ୍ତ ସମୟରେ ରାହୁଲ କେତେକ ରାଜନେତା ଏବଂ ଉଦ୍ୟୋଗୀଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଧ୍ୟ ଜୁନ ୨୨ରେ ଆମେରିକା ଗସ୍ତ କରିବାର ଅଛି । ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ୍ ବାଇଡେନଙ୍କ ଆମନ୍ତ୍ରଣକ୍ରମେ ଆମେରିକା ଯିବେ । ହ୍ବାଇଟ ହାଉସରେ ମୋଦିଙ୍କ ସମ୍ମାନରେ ବାଇଡେନ ଦମ୍ପତି ନୈଶ୍ୟଭୋଜିର ଆୟୋଜନ କରିବେ । ଏନେଇ ଗତ ସପ୍ତାହରେ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି । ଏହାପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଯିବାକୁ ଯୋଜନା କରିଛନ୍ତି ।