ଓଡିଶା

odisha

୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବେ ରାହୁଲ

By

Published : Sep 7, 2021, 8:12 AM IST

ଆସନ୍ତା ସେପ୍ଟେମ୍ବର ୯ ରେ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବେ ରାହୁଲ । ଅଧିକ ପଢନ୍ତୁ...

୨ଦିନିଆ ଜମ୍ମୁକାଶ୍ମୀର ଗସ୍ତରେ ଯାଇ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବେ ରାହୁଲ
୨ଦିନିଆ ଜମ୍ମୁକାଶ୍ମୀର ଗସ୍ତରେ ଯାଇ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବେ ରାହୁଲ

ନୂଆଦିଲ୍ଲୀ:ଆସନ୍ତା ସେପ୍ଟେମ୍ବର ୯ରେ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ଏକ କାର୍ଯ୍ୟସୂଚି ପ୍ରକାଶ ପାଇଛି । ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ସେ ପ୍ରଥମେ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବେ । ଦର୍ଶନ ପରେ ସେ ଜମ୍ମୁ କାଶ୍ମୀରରେ ରାତ୍ରି ଯାପନ କରିବେ । ପରଦିନ ଗାନ୍ଧୀନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାରେ ଯୋଗ ଦେବେ । ପରେ ସେ ସ୍ଥାନୀୟ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ଦିଲ୍ଲୀ ଫେରିଆସିବେ ବୋଲି ସୂଚନା ମିଳିଛି ।

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ରାହୁଲ ଗାନ୍ଧୀଙ୍କ ଏହା ଦ୍ବିତୀୟ ଜମ୍ମୁ-କାଶ୍ମୀର ଗସ୍ତ । ଏହା ପୂର୍ବରୁ ଅଗଷ୍ଟ ୯ରେ ସେ ଜମ୍ମୁ କାଶ୍ମୀର ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ସେ ଶ୍ରୀନଗରରେ ନୂତନ ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ ।

@ANI

ABOUT THE AUTHOR

...view details