ଓଡିଶା

odisha

By

Published : Apr 4, 2022, 11:20 AM IST

ETV Bharat / bharat

ଆଜି ପୁଣିଥରେ ତେଲେଙ୍ଗାନାର କଂଗ୍ରେସ ନେତାଙ୍କୁ ଭେଟିବେ ରାହୁଲ

ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟାରେ ତେଲେଙ୍ଗାନାର କଂଗ୍ରେସ ନେତାମାନଙ୍କୁ ଭେଟିବେ। ଏକ ସପ୍ତାହ ମଧ୍ୟରେ ତେଲେଙ୍ଗାନାର କଂଗ୍ରେସ ନେତାଙ୍କ ସହ ଏହା ତାଙ୍କର ଦ୍ବିତୀୟ ସାକ୍ଷାତ ହେବ। ଅଧିକ ପଢ଼ନ୍ତୁ

ଆଜି ତେଲେଙ୍ଗାନର କଂଗ୍ରସ ନେତାଙ୍କୁ ଭେଟିବେ ରାହୁଲ
ଆଜି ତେଲେଙ୍ଗାନର କଂଗ୍ରସ ନେତାଙ୍କୁ ଭେଟିବେ ରାହୁଲ

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟାରେ ଦିଲ୍ଲୀ ବାସଭବନରେ ତେଲେଙ୍ଗାନାର କଂଗ୍ରେସ ନେତାମାନଙ୍କୁ ଭେଟିବେ। ଏକ ସପ୍ତାହ ମଧ୍ୟରେ ତେଲେଙ୍ଗାନାର କଂଗ୍ରେସ ନେତାଙ୍କ ସହ ଏହା ତାଙ୍କର ଦ୍ବିତୀୟ ସାକ୍ଷାତ ହେବ। ରାଜ୍ୟର ରାଜନୈତିକ ପରିସ୍ଥିତି ବ୍ୟତୀତ ଆସନ୍ତା ବର୍ଷର ବିଧାନସଭା ନିର୍ବାଚନ, ଧାନ କ୍ରୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ରାହୁଲ ।

ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ 2024 ଲୋକସଭା ନିର୍ବାଚନ ପାଇଁ ଏକ ଅଣ-ବିଜେପି ଓ ଅଣ-କଂଗ୍ରେସ କ୍ଷମତା ଗଠନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାବେଳେ ରାହୁଲ ବାରମ୍ବାର କଂଗ୍ରେସ ବୈଠକ ଡକାଉଛନ୍ତି । 2018 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ​​ତେଲୁଗୁ ଦେଶମ ପାର୍ଟି ସହିତ ମେଣ୍ଟ କରିଥିଲା କଂଗ୍ରେସ । ଏହି ମିଳିତ ମଞ୍ଚ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ମୁଖ୍ୟ କେସିଆରଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ଅଟକାଇ ପାରିନଥିଲା ।

ଏହାପୂର୍ବରୁ ଗତ ମାସରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେଭନ୍ତ ରେଡ୍ଡୀ ଟିଆରଏସ ସହ ମେଣ୍ଟ କରିବା ସମ୍ଭାବନାକୁ ମନା କରି ଦେଇଥିଲେ । ସେ କହିଥିଲେ ଯେ ପୁରୁଣା ଦଳ କୌଣସି ଦଳ ସହ ମେଣ୍ଟ କରିବ କିନ୍ତୁ କୌଣସି ପରିସ୍ଥିତିରେ ତାଙ୍କ ଦଳ ସହ ମେଣ୍ଟ ହେବ ନାହିଁ। ରେଡ୍ଡୀ ଏହା ମଧ୍ୟ କହିଛନ୍ତି ଯେ 2004, 2009, 2014 ଏବଂ 2019 ରେ ଚନ୍ଦ୍ରଶେଖର ରାଓଙ୍କୁ ଦେଖିଛୁ। ଆମେ ଅନ୍ୟ ନେତାଙ୍କୁ ବିଶ୍ବାସ କରିପାରିବୁ କିନ୍ତୁ କେସିଆର ଏବଂ ଟିଆରଏସକୁ ଆଦୌ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details