ଓଡିଶା

odisha

Conviction In Defamation Case: ଆଜି ସୁରଟ କୋର୍ଟ ଯିବେ ରାହୁଲ, ଦଣ୍ଡାଦେଶ ରଦ୍ଦ ଲାଗି ଦାଖଲ କରିବେ ପିଟିସନ

By

Published : Apr 2, 2023, 3:53 PM IST

Updated : Apr 3, 2023, 8:02 AM IST

ନିଜ ଦୋଷୀ ସାବ୍ୟସ୍ତ ରାୟକୁ ଆଜି ସେସନ କୋର୍ଟରେ ଚ୍ୟାଲେଞ୍ଜ କରିବେ ରାହୁଲ ଗାନ୍ଧୀ । ଦୋଷୀ ସାବ୍ୟସ୍ତ ହେବା ପରେ ସାଂସଦ ପଦରୁ ହୋଇଛନ୍ତି ବରଖାସ୍ତ । ଅଧିକ ପଢନ୍ତୁ

ଆସନ୍ତାକାଲି କୋର୍ଟ ଯିବେ ରାହୁଲ ଗାନ୍ଧୀ
ଆସନ୍ତାକାଲି କୋର୍ଟ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦରୁ ବରଖାସ୍ତ ହୋଇଥିବା ରାହୁଲ ଗାନ୍ଧୀ ଆଜି (ସୋମବାର) କୋର୍ଟର ଦ୍ବାରସ୍ଥ ହେବେ । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ରାୟକୁ ସେ ସୁରଟ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ସୂତ୍ରରୁ ସୂଚନା ମିଳିଛି । ସୁରଟ ଜିଲ୍ଲା କୋର୍ଟ ତାଙ୍କ ଦଣ୍ଡାଦେଶ ରାୟ ଉପରେ ରୋକ ଲଗାଇବା ପାଇଁ ସେ ସେସନ କୋର୍ଟରେ କରିବାକୁ ଯାଉଥିବା ଆବେଦନରେ ଦର୍ଶାଇବା ନେଇ ସୂଚନା ମିଳିଛି ।

ଏହି 4 ବର୍ଷ ପୂର୍ବ ମାମଲାରେ ରାହୁଲ ଦୋଷୀ ସାବ୍ୟସ୍ତ ହେବା ପରେ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ହେଲେ ଦଣ୍ଡାଦେଶ ପରେ ତାଙ୍କୁ ମାସେ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମଧ୍ୟ ମିଳିଛି । ହେଲେ ରାୟ ପ୍ରକାଶ ପାଇବା ପରେ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଥିଲା । ତେବେ ଏପରି ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ସମେତ ଅନ୍ୟ କିଛି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ କହି ବିଜେପି ନେତୃତ୍ବାଧୀନ ଏନଡିଏ ସରକାରକୁ ଘେରିଥିଲେ ।

ଝୁଲୁଛି ରାହୁଲଙ୍କ ରାଜନୈତିକ ଭବିଷ୍ୟତ: ଯଦି ଉପର କୋର୍ଟ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଓ ଦଣ୍ଡାଦେଶ ଉପରେ ରୋକ ନଲଗାନ୍ତି, ତେବେ ରାହୁଲଙ୍କ ସଂସଦୀୟ ଆସନ ଓ୍ବାୟନାଡରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିପାରନ୍ତି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉପନିର୍ବାଚନ ହେଲେ ମଧ୍ୟ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତା 8 ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ । ତେଣୁ ସେସନ କୋର୍ଟଙ୍କ ନିଷ୍ପତ୍ତି ଉପରେ କଂଗ୍ରେସର ଯୁବରାଜ କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ ରାଜନୈତିକ ଭାଗ୍ୟ ନିର୍ଭର କରୁଛି ବୋଲି ମଧ୍ୟ କହିବା କିଛି ଭୁଲ ହେବନାହିଁ ।

କ’ଣ ଏହି ବିବାଦୀୟ ମନ୍ତବ୍ୟ ମାମଲା:2019 ସାଧାରଣ ନିର୍ବାଚନରେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ରାହୁଲ ଏହି ସମାଲୋଚନାମୂଳକ ମନ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷ ସମାଲୋଚନା କରି ରାହୁଲ କହିଥିଲେ, ସବୁ ଚୋରଙ୍କ ସାଙ୍ଗିଆ ମୋଦି କେମିତି ହୋଇପାରେ । ସେ ସିଧାସଳଖ ମୋଦି ସାଙ୍ଗିଆ ବ୍ୟବହାର କରି ଏପରି ମନ୍ତବ୍ୟ ରଖିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ସହ ମାମଲା କୋର୍ଟରେ ପହଞ୍ଚିଥିଲା । ଏହାକୁ ଏକ ଅପରାଧିକ ମାନହାନୀ ମୋକଦ୍ଦମା ଭାବେ କୋର୍ଟ ଗ୍ରହଣ କରିଥିଲେ । ଘଟଣାର 4 ବର୍ଷ ପରେ ରାହୁଲଙ୍କୁ ଦୁଇଟି ଦଫାରେ ସୁରଟ ଜିଲ୍ଲା କୋର୍ଟ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଅବଶ୍ୟ ଦଣ୍ଡାଦେଶ ପରେ ତାଙ୍କୁ ତୁରନ୍ତ ବେଲ୍‌ ମିଳିଯିବା କାରଣରୁ ସେ ଜେଲ ଯିବାରୁ ବର୍ତ୍ତିଯାଇଛନ୍ତି । ହେଲେ ରାଜନୈତିକ କ୍ୟାରିଅରରେ ଖଣ୍ଡା ଝୁଲୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2023, 8:02 AM IST

ABOUT THE AUTHOR

...view details