ଚଣ୍ଡିଗଡ: ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ରାଜନୀତି ସର୍ବୋଚ୍ଚ ସ୍ତରରେ ରହିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତିକୁ ମୋଦି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିବା ବେଳେ ଏହାକୁ ନେଇ ପୁଣି ଆକ୍ରମଣ କରିଛି କଂଗ୍ରେସ ।
ମୁଦ୍ରାସ୍ଫୀତି ବୃଦ୍ଧି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଏକ ଟୁଇଟ୍ କରି ଲେଖିଛନ୍ତି, ଏଲପିଜି ସିଲିଣ୍ଡର ମୂଲ୍ୟ ପୁଣି ବଢିଚାଲିଛି, ମୋଦି ସରକାର ସାଧାରଣ ଜନତାଙ୍କ ବ୍ୟବସାୟ ବନ୍ଦ କରିବା, ଚୁଲି ଜାଳିବା ଭଳି ସ୍ଥିତି ଦେଶରେ ସୃଷ୍ଟି କରିବାକୁ ଯାଉଥିବା ରାହୁଲ ମୋଦି ସରକାରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି ।