ଓଡିଶା

odisha

ETV Bharat / bharat

ବ୍ରିଟେନରୁ ବିଜେପିକୁ ରାହୁଲଙ୍କ ଟାର୍ଗେଟ, କହିଲେ ସାହସୀ ଓ ଭୀରୁ ମଧ୍ୟରେ ଲଢେଇ ଚାଲିଛି - ବିଜେପିକୁ ରାହୁଲଙ୍କ ଟାର୍ଗେଟ

ବ୍ରିଟେନ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିଭିନ୍ନ ପ୍ରସଙ୍ଗରେ ବିଟ୍ରେନରୁ ବିଜେପିକୁ ଟାର୍ଗେଟ କରିଛନ୍ତି ରାହଲ ଗାନ୍ଧୀ । ଅଧିକ ପଢନ୍ତୁ

rahul gandhi targets BJP
ରାହୁଲ ଗାନ୍ଧୀ

By

Published : Mar 6, 2023, 12:21 PM IST

ନୂଆଦିଲ୍ଲୀ: ବ୍ରିଟେନ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବ୍ରିଟେନରୁ ବିଜେପିକୁ ରାର୍ଗେଟ କରିଛନ୍ତି ରାହୁଲ । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିଶାନା ମାରିଛନ୍ତି । ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି ଗଣତାନ୍ତ୍ରିକ ଢାଞ୍ଚା ଉପରେ ଆକ୍ରମଣ ହେଉଛି । ବିରୋଧୀ ଦଳଗୁଡିକ ଏହାକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ସାହାସୀ ଓ ଭୀରୁ ମଧ୍ୟରେ ଲଢେଇ ଚାଲିଛି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, "ମୋ ଉପରେ ସେମାନେ ଯେତେ ଆକ୍ରମଣ କରିବେ ମୋ ପାଇଁ ବହୁତ ଭଲ । କାହିଁକି ନା ସେମାନଙ୍କୁ ଅଧିକରୁ ଅଧିକ ବୁଝିପାରିବି । ଏଠାରେ ସାହସୀ ଏବଂ ଭୀରୁ ମଧ୍ୟରେ ଲଢେଇ ଚାଲିଛି । ଏହା ସମ୍ମାନ ଏବଂ ଅପମାନ ମଧ୍ୟରେ ଯୁଦ୍ଧ । ଏହା ପ୍ରେମ ଏବଂ ଘୃଣା ମଧ୍ୟରେ ଲଢେଇ । ଘୃଣା ହେଉଛି ବିଜେପିର ଆଦର୍ଶବାଦ'' ପୂର୍ବରୁ ଘୃଣାର ବଜାରରେ ଆମେ ପ୍ରେମର ଦୋକାନ ଖୋଲିବା ନେଇ ଦେଇଥିବା ଟିପ୍ପଣୀକୁ ରିପିଟ୍‌ କରିଥିଲେ ରାହୁଲ ।

ଏହା ବି ପଢନ୍ତୁ...Rahul Gandhi In London: ଚୀନର ଆହ୍ବାନକୁ ବୁଝିବାରେ ସକ୍ଷମ ନୁହନ୍ତି ଜୟଶଙ୍କର

ଭାରତ ଯୋଡ ଯାତ୍ରାରେ ଦେଖିବାକୁ ମିଲିଥିଲା ଯେ ଦେଶରେ ଦରଦାମ ବୃଦ୍ଧି, ବେରୋଜଗାରୀ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଲୁକାୟିତ ସମସ୍ୟା ହେଉଛି ଦେଶର ପ୍ରମୁଖ ସମସ୍ୟା । ବିରୋଧୀଙ୍କୁ ସଂସଦରେ ସ୍ବର ଉଠାଇବାକୁ ଦିଆଯାଉନାହିଁ । ବିରୋଧୀଙ୍କ କଥାକୁ ଆମ ସରକାର ଗ୍ରହଣ କରିବାକୁ ଚାହୁଁ ନାହାନ୍ତି । ଗଣତାନ୍ତ୍ରିକ ସଂସ୍ଥା ଉପରେ ଆକ୍ରମଣ ହେବାରୁ ଭାରତ ଯୋଡ ଯାତ୍ରାର ଆବଶ୍ୟକ ପଡିଥିଲା । ଭାରତର ବିଭିନ୍ନ ଗଣମାଧ୍ୟମ, ବିଭିନ୍ନ ସଂସ୍ଥା ଉପରେ ଆକ୍ରମଣ କରାଯାଉଛି । ନିଜର ସ୍ବର ଓ ଦେଶାବାସୀଙ୍କ ସ୍ବର ଉଠାଇବା କଷ୍ଟକର ହୋଇପଡୁଛି ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା ବୋଲି କହିଛନ୍ତି ରାହୁଲ । RSS ଓ ବିଜେପି ମଧ୍ୟରେ ଯେଉଁ ମୌଳିକ ଚିନ୍ତାଧାରା ରହିଛି ତାହା ବିରୋଧରେ ବିରୋଧୀଙ୍କୁ ଏକାଠୀ ଲଢିବାକୁ ହେବ ବୋଲି ବିଜେପିକୁ ଟାର୍ଗେଟ କରି ଏହା ରାହୁଲ କହିଛନ୍ତି ।

ଦେଶରେ ଲୁକାୟିତ ପ୍ରସଙ୍ଗ ଏକ ପ୍ରମୁଖ ସମସ୍ୟା ଯାହା ବିଷୟରେ କେହି କିଛି କୁହନ୍ତି ନାହିଁ । ମାତ୍ର ଯେତେବେଳେ ଆମେ ଦେଶରେ ଯାତ୍ରା କରୁଥିଲୁ ଲୋକଙ୍କ ସହ କଥା ହେଉଥିଲୁ ଆମେ ଜାଣିବାକୁ ପାଇଥିଲୁ ଯେ ମହିଲାଙ୍କ ଉପରେ ଅତ୍ୟାଚାର, ଲୁକାୟିତ ପ୍ରସଙ୍ଗ, ବେରୋଜଗାରୀ ଆଦି ଦେଶର ମୁଖ୍ୟ ସମସ୍ୟା । କନ୍ୟାକୁମାରୀଠୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆମ ପାଇଁ ଉତ୍ସାହୂପୂର୍ଣ୍ଣ ଥିଲା । ଖରା ବର୍ଷା ଶୀତରେ ହଜାରହଜାର କିଲୋମିଟର ଯାତ୍ରା କରି ଆମ ଦେଶକୁ ଅଧିକରୁ ଅଧିକ ଜାଣିବାକୁ ପାଇଥିଲୁ ।

ABOUT THE AUTHOR

...view details