ନୂଆଦିଲ୍ଲୀ:କିଛି ଦିନର ନୀରବତା ପରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ହୁ ହୁ ବଢୁଥିବା ତେଲ ଦରକୁ ମୁଦ୍ଦା କରି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଦୁଇସପ୍ତାହ ହେବ ୧୨ ଥର ପେଟ୍ରୋଲ ଡିଜେଲ ଦର ବଢିବାକୁ ନେଇ ରାହୁଲ କହିଛନ୍ତି ଏହା ପ୍ରଧାନମନ୍ତ୍ରୀଙ୍କ ଜନଧନ ଲୁଟ ଯୋଜନା ।
୨୦୧୪ ଏବଂ ବର୍ତ୍ତମାନ ତୈଳ ଦରର ଏକ ତୁଳନାତ୍ମକ ଗ୍ରାଫ ଟ୍ବିଟରରେ ସେୟାର କରିଛନ୍ତି ରାହୁଲ । କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ପ୍ରତିଦିନ ରାତି ପାହିବା ମାତ୍ରେ ମୋଦି ସରକାର ଲୋକଙ୍କ ପାଇଁ ତୈଳ ଦରବୃଦ୍ଧିର ଦୁଃଖଦ ଖବର ଆଣୁଛନ୍ତି । ପେଟ୍ରୋଲ ଡିଜେଲ ବଢିବା ସହିତ ସିଏନଜି କିଲୋପ୍ରତି ୨ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଡିଜେଲ ଦର ୯ ଟଙ୍କା ୨୦ ପଇସା ବଢିଲାଣି । ଭୋଟ ଫର ଭାଜପା ଅର୍ଥ ମୁଦ୍ରାସ୍ପୀତି ପାଇଁ ଜନାଦେଶ ବୋଲ କହିଛନ୍ତି ସୁର୍ଜେୱାଲା ।