ଓଡିଶା

odisha

ETV Bharat / bharat

Rahul Gandhi Europe Visit: ଋଷ-ୟୁକ୍ରେନ ଯୁଦ୍ଧରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ରାହୁଲଙ୍କ ସମର୍ଥନ - ଋଷ ୟୁକ୍ରେନ ଯୁଦ୍ଧ

ବିଦେଶରେ ମୋଦି ସରକାରଙ୍କୁ ସମର୍ଥନ କଲେ ୟୁରୋପ ଗସ୍ତରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 8, 2023, 4:33 PM IST

Updated : Sep 8, 2023, 5:19 PM IST

ବେଲଜିୟମ:ମୋଦି ସରକାରଙ୍କୁ ସମର୍ଥନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୟୁରୋପ ଗସ୍ତରେ ଥିବା ରାହୁଲ ଏକ ପ୍ରେସ କନଫରେନ୍ସରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ସେ ସମର୍ଥନ କରିଛନ୍ତି । ୟୁରୋପ ରାଜଧାନୀ ବ୍ରୁସେଲରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଋଷ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଦଳର ମତ କଣ ? ଏହାର ଉତ୍ତର ରଖି ରାହୁଲ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି ।

ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ରାହୁଲ କହିଥିଲେ, "ସବୁ ଦିଗକୁ ଦୃଷ୍ଟିରେ ରଖି ମୋର ମତ ଏହା ଯେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ବର୍ତ୍ତମାନ ସ୍ଥିତି ସହିତ ବିରୋଧୀ ଦଳ ମଧ୍ୟ ସହମତ । ଋଷ ସହିତ ଆମର ସମ୍ପର୍କ ଭଲ ଅଛି । ଏପରି ସ୍ଥିତିରେ ଏହି ସଂଘର୍ଷକୁ ନେଇ ଭାରତର ଆଭିମୁଖ୍ୟ ସହିତ ବିରୋଧୀ ଦଳ ଖପ୍ପା ନାହିଁ । ବିରୋଧୀ ଦଳ ଏ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛି ।" ରାହୁଲ ମଙ୍ଗଳବାର (ସେପ୍ଟେମ୍ବର ୫) ତାରିଖରୁ ୟୁରୋପ ଗସ୍ତରେ ଥିବା ବେଳେ ଗୁରୁବାର ୟୁରୋପୀୟ ସାଂସଦଙ୍କୁ ଭେଟିଛନ୍ତି ।

ଏହା ବି ପଢନ୍ତୁ- Rahul Gandhi Europe tour: ୟୁରୋପ ଯାତ୍ରା କଲେ ରାହୁଲ, G20 ବୈଠକ ପରେ ଭାରତ ଫେରିବେ

ଏପଟେ ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ ଅନୁଷ୍ଠିତ । ଏଥିରେ ଅନେକ ବିଶ୍ବନେତା ଯୋଗ ଦେବାକୁ ଥିବା ବେଳେ ଆଜି ଜଣେ ପରେ ଜଣେ ବିଦେଶୀ ଅତିଥି ଭାରତରେ ପହଞ୍ଚିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ବିଶ୍ବନେତାଙ୍କ ନୈଶ୍ୟ ରାତ୍ରି ଭୋଜନ ରହିଛି । ତେବେ ଏହି ଡିନର ନାଇଟ୍‌ରେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ।

ସେ କହିଛନ୍ତି, " ଏଥିରୁ ସ୍ପଷ୍ଟ ଯେ ବିଜେପି ଭାରତର ୬୦% ନେତାଙ୍କୁ ମହତ୍ତ୍ବ ଦେଉନାହିଁ । ବିଜେପିର ଏପରି କାର୍ଯ୍ୟଶୈଳୀ ସମ୍ପର୍କରେ ଲୋକଙ୍କୁ ଭାବିବାର ଆବଶ୍ୟକ ରହିଛି । ବିଜେପିର ଏପରି ଆଚରଣ ପଛରେ କେଉଁ ପ୍ରକାର ଭାବନା ରହିଛି ? " ଅନ୍ୟପଟେ ଭାରତରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି ବୋଲି କହିଛନ୍ତି ରାହୁଲ । ଏ ସମ୍ପର୍କରେ ସମସ୍ତେ ଜାଣିଛନ୍ତି । ଭାରତରେ ଭେଦଭାବ ବଢୁଛି । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି । ଦଳିତ ଓ ଅନ୍ୟ ଜାତି ଉପରେ ଆକ୍ରମଣ ହେଉଛି ବୋଲି କହିଛନ୍ତି ରାହୁଲ ।

Last Updated : Sep 8, 2023, 5:19 PM IST

ABOUT THE AUTHOR

...view details