ନୂଆଦିଲ୍ଲୀ:ଦେଶରେ ଲଗାତାର ଭାବେ କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ତେବେ ଟୀକାକରଣ ପାଇଁ ଅଯୋଗ୍ୟ ଆପ ଆରୋଗ୍ୟସେତୁ ଓ କୋୱିନ ଆପ ପରିବର୍ତ୍ତେ 2 ଡୋଜ ଟିକା ଲୋକଙ୍କ ଜୀବନ ରକ୍ଷା କରିପାରିବ ବୋଲି କହିଛନ୍ତି । ଦେଶର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ନଥିବାରୁ ଆପରେ ପଞ୍ଜୀକରଣ ନକରି ଟିକାରୁ ଲୋକମାନେ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।
ସେ ଏ ସମ୍ପର୍କରେ ନିଜ ଟ୍ବିଟର ଆକାଉଣ୍ଟରେ କହିଛନ୍ତି ଯେ " ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚି ପାରିନାହିଁ ସେଠାରେ ସଂକ୍ରମଣଙ୍କ ସଂଖ୍ୟା ଅଧିକ ରହିଛି । ଇଣ୍ଟରନେଟ ନଥିବାରୁ ଲୋକମାନେ ଆରୋଗ୍ୟସେତୁ ଓ କୋୱିନରେ ପଞ୍ଜୀକରଣ କରିପାରୁନାହାନ୍ତି ଫଳରେ ଟୀକାକରଣରୁ ବଞ୍ଚିତ ହେଉଛନ୍ତି । ତେବେ ଅଯୋଗ୍ୟ ଆରୋଗ୍ୟ ସେତୁ ଓ କୋୱିନ ଲୋକଙ୍କ ଜୀବନ ବଞ୍ଚାଇ ପାରିବ ନାହିଁ, ବରଂ ଟିକାର 2 ଡୋଜ କରିପାରିବ ବୋଲି ସେ କଟାକ୍ଷ କରି କହିଛନ୍ତି । "