ଓଡିଶା

odisha

By

Published : Dec 4, 2022, 10:30 AM IST

ETV Bharat / bharat

PMs loot-tantra vs Congress loktantra: ତୈଳ ଦର ବୃଦ୍ଧିକୁ ନେଇ ମୋଦିଙ୍କୁ ଜବାବ ମାଗିଲେ ରାହୁଲ

ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାମନମନ୍ତ୍ରୀ ମୋଦିଙ୍କୁ ଜବାବ ମାଗିଲେ ରାହୁଲ ଗାନ୍ଧୀ । କହିଲେ ବିଶ୍ବରେ ତୈଳ ଦର ହ୍ରାସ ପାଇଥିବା ସତ୍ତ୍ବେ ଦେଶର ଦର କାହିଁକି ହ୍ରାସ ପାଉନାହିଁ । ଅଧିକ ପଢନ୍ତୁ

PMs loot-tantra vs Congress loktantra
PMs loot-tantra vs Congress loktantra

ନୂଆଦିଲ୍ଲୀ: ଦେଶରେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ବରାମ୍ବାର ବିଜେପିକୁ ପ୍ରଶ୍ନ କରିଆସୁଛି । ଏହି କ୍ରମରେ ଶନିବାର ଦିନ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ( Rahul Gandhi Slams Centre Over Fuel LPG Prices)। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି,"ବର୍ତ୍ତମାନ ସୁଦ୍ଧା ଦେଶରେ କାହିଁକି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଲା ନାହିଁ । ବିଜେପିର ଲୁଟ ସିଷ୍ଟମକୁ ନେଇ ଭାରତ ଯୋଡ ଯାତ୍ରାରେ କଂଗ୍ରେସ ସ୍ବର ଉଠାଉଛି ।"

ଏନେଇ କଂଗ୍ରେସ ସାଂସଦ ଟ୍ବିଟ କରି କହିଛନ୍ତି,"ମୋତେ ଜବାବ ଦିଅ(Reply to Me!),ବିଶ୍ବରେ ଗତ ୬ମାସ ମଧ୍ୟରେ ରନ୍ଧନ ଗ୍ୟାସ ଏବଂ ଅଶୋଧିତ ତୈଳ ଦର ଯଥାକ୍ରମେ ୪୦ ଏବଂ ୨୫% ହ୍ରାସ ପାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତରେ ଦର କାହିଁକି ହ୍ରାସ ପାଇନାହିଁ ? ମୋଦି ଜୀ ଭାରତ ଯୋଡ ଯାତ୍ରାରେ ଆପଣଙ୍କ ଲୁଟ ତନ୍ତ୍ର ବିରୋଧରେ ଜନତା ସ୍ବର ଉଠାଉଛନ୍ତି ।"

ଦେଶରେ ତୈଳ ଦର

ସୂଚନାଅନୁସାରେ, ଜାତୀୟ ବଜାରେ ଗତ ୬ ମାସ ହେଲା ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇନାହିଁ । ପେଟ୍ରୋଲ ୧ ଲିଟର ପିଛା ୯୬ ଟଙ୍କା ୭୨ ପଇସା ରହିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି । ତେବେ ନୋଏଡାରେ ପେଟ୍ରୋଲ ଦର ୯୬.୭୯ ଏବଂ ଡିଜେଲ ୮୯.୯୬ ଟଙ୍କା ଡିଜେଲ ରହିଛି ।

For All Latest Updates

ABOUT THE AUTHOR

...view details