ଓଡିଶା

odisha

ETV Bharat / bharat

ଭାଜପା ଘୃଣାର ଫ୍ୟାକ୍ଟ୍ରି ଖୋଲିଛି: ରାହୁଲ - ବିଜେପିକୁ ରାହୁଲଙ୍କ ଟାର୍ଗେଟ

ଟେକ୍ ଫଗ ଓ ବୁଲ୍ଲୀ ବାଈ ଆପକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi slams BJP over Tek Fog app) । ଭାଜପା ଘୃଣାର ଅନେକ କାରଖାନା ଖୋଲିଛି (bjp set up several factories of hate says rahul) । ଅଧିକ ପଢନ୍ତୁ

ଭାଜପା ଘୃଣାର ଫାକ୍ଟ୍ରି ଖୋଲିଛି
ଭାଜପା ଘୃଣାର ଫାକ୍ଟ୍ରି ଖୋଲିଛି

By

Published : Jan 9, 2022, 12:19 PM IST

ନୂଆଦିଲ୍ଲୀ: ଟେକ୍ ଫଗ ଓ ବୁଲ୍ଲୀ ବାଈ ଆପକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi slams BJP over Tek Fog app)। ଭାଜପା ଘୃଣାର ଅନେକ କାରଖାନା ଖୋଲିଛି (bjp set up several factories of hate says rahul) । ସେଥିମଧ୍ୟରୁ ଟେକ୍ ଫଗ ଅନ୍ୟତମ ବୋଲି କହିଛନ୍ତି ରାହୁଲ । ଏତେ ପରିମାଣର ଘୃଣା କେଉଁଠୁ ଆସୁଛି ଏ ନେଇ ସମଗ୍ର ଦେଶ ଆଶ୍ଚର୍ଯ୍ୟ ହେଉଛି । ବୁଲ୍ଲୀ ବାଈ ଆପରେ ଏକ ନିର୍ଦ୍ଧିଷ୍ଟ ଧର୍ମର ମହିଳାଙ୍କୁ ଟାର୍ଗେଟ କରାଯାଉଛି । ଏହା ମାମଲାରେ ଅଭିଯୁକ୍ତଙ୍କ ବୟସକୁ ଦେଖିଲେ ଏତେ ହିଂସା କେଉଁଠୁ ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ବାସ୍ତବରେ ଭାଜପା ଅନେକ ଘୃଣାର କାରଖାନା ସ୍ଥାପନ କରିଛି । ଟେକ୍ ଫଗ ସେଥିରୁ ଗୋଟିଏ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ । ଟେକ୍ ଫଗ ଭାଜପାକୁ ସହାୟକ ହେଉଛି । ଏହା ହିଂସାର ପ୍ରସାର ପାଇଁ ସାଇବର ସେନାକୁ ଖୋରାକ ଯୋଗାଉଛି ବୋଲି ଖବର ପ୍ରସାର ପାଇଥିଲା । ଏହି ଆପ ନେଇ ସରକାରଙ୍କୁ ଜବାବ ମାଗିବା ସହ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି ।

ପ୍ରକାଶ ଥାଉ କି ବୁଲ୍ଲୀ ବାଈ ଆପ ଜରିଆରେ ମୁସଲିମ ମହିଳାମାନଙ୍କୁ ଟାର୍ଗେଟ କରାଯାଉଥିଲା । ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ସହିତ ଏହି ଆପରେ ନିଲାମ ଡକାଯାଏ। ଏହି ଆପ୍ ଜରିଆରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବିରୋଧ କରିବା ସହ ମୁସ୍‌ଲିମ୍‌ ମହିଳାମାନଙ୍କୁ ଟାର୍ଗେଟ କରାଯାଉଛି । ଏ ନେଇ ଅଭିଯୋଗ ପରେ ଏହି ଆପକୁ ବନ୍ଦ କରି ଦିଆଯାଇଛି । ଘଟଣାରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details